• A
  • A
  • A
ମକର ସଙ୍କ୍ରାନ୍ତି ଦିନ ରାଶି ଅନୁସାରେ ନିଶ୍ଚିତ କରନ୍ତୁ ଏହି କାର୍ଯ୍ୟ

ଭୁବନେଶ୍ୱର : ଆସନ୍ତାକାଲି ପବିତ୍ର ମକର ସଂକ୍ରାନ୍ତି । ଏହିଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରନ୍ତି । ମକର ରାଶିର ସ୍ୱାମୀ ହେଉଛନ୍ତି ଶନି । ଶନି ସୂର୍ଯ୍ୟଙ୍କର ପୁତ୍ର । ସୂର୍ଯ୍ୟଙ୍କର ପୁତ୍ର ହେଲେ ମଧ୍ୟ ତାଙ୍କ ସହ ଶତ୍ରୁତା ଭାବ ଖୁବ୍ ଥାଏ । ଶନିଗ୍ରହର ଘରେ ସୂର୍ଯ୍ୟଙ୍କ ଉପସ୍ଥିତି ସମୟରେ ସେ ତାଙ୍କୁ କଷ୍ଟ ନ ଦିଅନ୍ତୁ, ସେଥିପାଇଁ ମକର ସଂକ୍ରାନ୍ତି ଦିନ ପିଣ୍ଡ ଦାନ କରାଯାଏ । ଏହିଦିନଠାରୁ ସୂର୍ଯ୍ୟ ଉତ୍ତରାୟଣ ଗତି କରନ୍ତି ଏବଂ ଏହିଦିନଠାରୁ ଶୁଭ କାର୍ଯ୍ୟ ଆରମ୍ଭ ହୋଇଥାଏ ।

ଭିଡିଓ ସୌଜନ୍ୟ: ଇନାଡୁ ଇଣ୍ଡିଆ ହିନ୍ଦୀ


ତେବେ ଆସନ୍ତୁ ଜାଣିବା ଏହିଦିନ କେଉଁ ରାଶିର ଲୋକେ କଣ ନିହାତି କରିବା ଦରକାର ।
ମେଷ ରାଶି- ଭଲ କାମ କରିବା ପାଇଁ ଖୁବ୍ ଭଲ ସମୟ । ବିଦ୍ୟାର୍ଥୀଙ୍କ ପାଇଁ ମଧ୍ୟ ଖୁବ୍ ଭଲ ସମୟ । ଗୁଡ, ବାଦାମର ମିଶ୍ରଣକୁ ପିଣ୍ଡରୂପେ ଦାନ କରନ୍ତୁ । ଶୁଭ ଫଳ ମିଳିବ ।
ବୃଷ ରାଶି- ସମୟ ଖୁବ୍ ଭଲ, କିନ୍ତୁ ଟିକିଏ ମାନସିକ ଚିନ୍ତା ରହିବ । ତେବେ ପ୍ରତିକାର ସ୍ୱରୂପ ବସ୍ତ୍ର ସହ ଚାଉଳ ଦାନ କରନ୍ତୁ । ଶୁଭ ଫଳ ମିଳିବ ।
ମିଥୁନ ରାଶି- ନୂଆ ବେପାର ଏବଂ ଦୂର ଯାତ୍ରା ପାଇଁ ସମୟ ଖୁବ୍ ଅନୁକୂଳ । କମ୍ୱଳ ଏବଂ ରାଶି ଲଡୁ ଦାନ କରନ୍ତୁ । ଶୁଭ ଫଳ ମିଳିବ ।କର୍କଟ ରାଶି- ରୋଗରୁ ମୁକ୍ତି ମିଳିବ । କୋର୍ଟ କଚେରୀ ମାମଲାରେ ବିଜୟ ଲାଭ କରିବେ । ପୁରୁଣା ବାଦ ବିବାଦର ଅନ୍ତ ଘଟିବ । ସାଗୁଦାନା ଦାନ କରନ୍ତୁ ।
ସିଂହ ରାଶି- ସନ୍ତାନ ପ୍ରାପ୍ତି ଏବଂ ସନ୍ତାନର ଉନ୍ନତି ଯୋଗ ରହିଛି । ଉଚ୍ଚ ଅଧ୍ୟୟନର ଯୋଗ ରହିଛି । ଚଣା ଡାଲି ଏବଂ ଘିଅ ଦାନ କରନ୍ତୁ ।କନ୍ୟା ରାଶି- ଭଲ ସ୍ଥାନକୁ ପରିବର୍ତ୍ତନ କରିବେ । ଗୃହ ନିର୍ମାଣର ଯୋଗ ରହିଛି । ରାଶି ଏବଂ ତେଲ ଦାନ କରନ୍ତୁ ।
ତୁଳା ରାଶି- ନୂଆ କାମ ଆରମ୍ଭ କରିବାର ଉତ୍ତମ ସମୟ । ଭାଇମାନଙ୍କ ସହଯୋଗ ମିଳିବ । ଚାଉଳ, ମୁଗ ଡାଲି, ସବୁଜ କପଡା ଓ ଗୁଡ ଦାନ କରନ୍ତୁ ।
ବିଛା ରାଶି- ଧନ ଲାଭ ହେବା ସହ ଧନ ବଢିବ । ନୂଆ ମିତ୍ର ବନିବେ । କ୍ଷୀର, ଦହି ଦାନ କରନ୍ତୁ । ଲାଭ ମିଳିବ ।
ଧନୁ ରାଶି- ପରିବାରରେ ସମସ୍ୟା ଦେଖାଯିବ । କର୍ମକ୍ଷେତ୍ରରେ ମଧ୍ୟ ଅସୁବିଧା ଦେଖଯିବ । ଗାଇକୁ ଘାସ ଖୁଆନ୍ତୁ ଏବଂ ହଳଦୀ ଦାନ କରନ୍ତୁ ।
ମକର ରାଶି- ଶତ୍ରୁବାଧା ରହିଛି । ଲମ୍ବା ଯାତ୍ରା, ଅକାରଣେ ଧନହାନିର ସମ୍ଭାବନା ରହିଛି । ଡାଲି, ସୋରିଷ ତେଲ ଦାନ କରନ୍ତୁ ।କୁମ୍ଭ ରାଶି- ଆଜି ଲାଭଦାୟକ ସମୟ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ନୂଆ କାମ ଏବଂ ଚାକିରିର ଯୋଗ ରହିଛି । କଳା ରାଶି ଏବଂ ତେଲ ଦାନ କରନ୍ତୁ ।
ମୀନ ରାଶି- କାର୍ଯ୍ୟରେ ବାଧା ଉପୁଜିପାରେ । ପାରିବାରିକ ବାଧାର ମଧ୍ୟ ଆଶଙ୍କା ରହିଛି । ଗହମ ଓ କମ୍ୱଳ ଦାନ କରନ୍ତୁ ।

CLOSE COMMENT

ADD COMMENT

To read stories offline: Download Eenaduindia app.

SECTIONS:

  होम

  राज्य

  देश

  दुनिया

  कारोबार

  क्राइम

  खेल

  मनोरंजन

  इंद्रधनुष

  सहेली

  गैलरी

  टूरिज़्म

  MAJOR CITIES