• A
  • A
  • A
କଣ ରିଲେସନରେ ଅଛନ୍ତି? ଜାଣନ୍ତୁ କିଛି ଦରକାରୀ ଟିପ୍ସ

ରିଲେସନ ଗଢିବା ବହୁତ ସହଜ, କିନ୍ତୁ ରିଲେସନକୁ ଦୀର୍ଘ ଦିନ ଧରି ସୁଦୃଢ କରି ରଖିବା ବହୁତ ଜରୁରୀ ଅଟେ । ଯଦି ଆମେ କାହା ସହିତ ସମ୍ପର୍କ ରଖିବା ଆମକୁ ମଧ୍ୟ କିଛି କଥା ଉପରେ ଦୃଷ୍ଟି ଦେବା ଉଚିତ । ଆପଣ ଯଦି କାହା ସହିତ ରିଲେସନରେ ଅଛନ୍ତି ତେବେ ଆପଣ ଆପଣଙ୍କ ଗର୍ଲଫ୍ରେଣ୍ଡଙ୍କ ବିଶ୍ୱାସକୁ ଜିତିବା ପାଇଁ ଚେଷ୍ଟା କରନ୍ତୁ । କାରଣ କୈାଣସି ବି ସମ୍ପର୍କରେ ବିଶ୍ୱାସ ରଖିବା ବହୁତ ଜରୁରୀ ଅଟେ । ରିଲେସନରେ ଯଦି ଗୋଟିଏ ଥର ବି ବିଶ୍ୱାସ ଭାଙ୍ଗିଯାଏ, ତେବେ ଆଉ ଥରେ ବିଶ୍ୱାସକୁ ମଜବୁତ କରିପାରିବା ସହଜ ହୁଏ ନାହିଁ ।

ଫୋଟ ସୈଜନ୍ୟ:ଇନ୍ନାଡୁ ଇଣ୍ଡିଆଇଂରାଜୀ


ନିଜର ପାର୍ଟନରଙ୍କର କେୟାର ନେବା ସହିତ ତାଙ୍କ ମନକୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ । ଯଦି ଆପଣଙ୍କ ସାଥୀ ଘରକୁ ଫେରୁଛନ୍ତି ତେବେ ଦିନ ଦ୍ୱିପହର ହୋଇଥିଲେ ମଧ୍ୟ ତାଙ୍କୁ ଘରେ ଆଣି ଠିକ୍ ଭାବରେ ଛାଡିବା ବହୁତ ଜରୁରୀ ଅଟେ । ଆପଣ ତାଙ୍କୁ ଘରକୁ ଛାଡିଲା ବାଟରେ ତାଙ୍କ ସହିତ ନିରୋଳାରେ କିଛି ଏକାନ୍ତ ମୁହୂର୍ତ୍ତ ମଧ୍ୟ କଟାଇପାରିବେ ଯାହା ଦ୍ୱାରା ଆପଣଙ୍କର ସମ୍ପର୍କରେ ଆହୁରି ଗାଢତା ଆସିବ ।
ଆପଣଙ୍କ ମହିଳା ବନ୍ଧୁଙ୍କ ଟ୍ୟାଲେଣ୍ଟକୁ ଚିହ୍ନିବା ପାଇଁ ଚେଷ୍ଟା କରନ୍ତୁ । କାରଣ ତାଙ୍କ ଟ୍ୟାଲେଣ୍ଟକୁ ଚିହ୍ନି ଆପଣ ଯଦି ତାଙ୍କର ପ୍ରଶଂସା କରିବେ ସେ ଖୁସି ହୋଇଥାନ୍ତି । ସେହି ସମୟରେ ତାଙ୍କୁ “ଆଇ ଲଭ ୟୁ" ମଧ୍ୟ କହିବାକୁ ଭୁଲିବେ ନାହିଁ ।
ଆପଣ ଜଣଙ୍କୁ ଯେତେ ଭଲ ପାଉଥିଲେ ମଧ୍ୟ ଯଦି ଯେପର୍ଯ୍ୟନ୍ତ ତାଙ୍କୁ ନିଜର ମନର କଥା ଖୋଲି କହିନାହାନ୍ତି ତେବେ ଭଲ ପାଇବାରେ କେତେ ଗହୀରତା ଅଛି ସାମ୍ନା ଲୋକ ଜାଣିବା ମଧ୍ୟ କଷ୍ଟକର ହୋଇପଡିଥାଏ । କୌଣସି ବି ସମୟରେ କିଛି ଗିଫ୍ଟ ଦେଇ ତାଙ୍କୁ ଖୁସି କରିବା ମଧ୍ୟ ଭଲପାଇବାର ଆଉ ଏକ ମାଧ୍ୟମ ଅଟେ ।
ନିଜର ଗାର୍ଲଫ୍ରେଣ୍ଡକୁ ନେଇ ଆପଣ ବାହାରକୁ ଯାଆନ୍ତୁ ଏବଂ ସେଇଠି ନିଜର ମନର କଥାକୁ କୁହନ୍ତୁ ଯାହାଦ୍ୱାରା ଆପଣ ଆପଣଙ୍କ ପ୍ରେମିକାଙ୍କ ହୃଦୟକୁ ଜିତିପାରିବେ ।

CLOSE COMMENT

ADD COMMENT

To read stories offline: Download Eenaduindia app.

SECTIONS:

  होम

  राज्य

  देश

  दुनिया

  क्राइम

  खेल

  मनोरंजन

  इंद्रधनुष

  सहेली

  गैलरी

  टूरिज़्म

  اردو خبریں

  ଓଡିଆ ନ୍ୟୁଜ

  ગુજરાતી ન્યૂઝ

  MAJOR CITIES