• A
  • A
  • A
ବିଷାକ୍ତ ଚାହା ପିଇ ପରିବାରର ଚାରି ମୃତ

ମୁଜ୍ଜାଫରପୁର : ବିଷାକ୍ତ ଚାହା ପାନ କରିବାରୁ ଗୋଟିଏ ପରିବାରର 4 ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି । ଏହି ଦୁଃଖଦ ଘଟଣା ବିହାରର ପାରୋ ଡିଭିଜନର ବାହାଦିନପୁର ଅଞ୍ଚଳରେ ଘଟିଛି ।

ପ୍ରତୀକାତ୍ମକ ଫଟୋ


ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ପରିବାରର ସମସ୍ତ ବ୍ୟକ୍ତି ସକାଳେ ଚାହା ପାନ କରିଥିଲେ । ସେମାନେ ଚାହାରେ ଭୁଲ ବସତ କୀଟନାଶକ ଔଷଧ ମିଶାଇ ଦେଇଥିଲେ । ଫଳରେ ସମସ୍ତ ପରିବାର ଲୋକଙ୍କ ମୃତ୍ୟୁ ଘଟିଥିବା କହିଛନ୍ତି ପୋଲିସ ଏସଡିପିଓ ।
ପରିବାରର ମୁଖ୍ୟ ଚନ୍ଦନ ଭଗତ(27), ସ୍ତ୍ରୀ ରେଖା ଦେବୀ(25) ଓ ତାଙ୍କ ଦୁଇ ପିଲା ଯଥା ସଞ୍ଜିତ(7) ଆଉ ଚାନ୍ଦିନ(5)ଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ପରିବାରର ମୁଖ୍ୟ ଜୀବିକା ଥିଲା କୃଷି ।
ଅଧିକ ତଦନ୍ତ ପାଇଁ ବିଷାକ୍ତ ଚାହାକୁ ଫୋରନସିକ ବିଭାଗକୁ ପଠାଯିବା ସହ ମୃତକଙ୍କ ଶବକୁ ପୋଲିସ ଜବତ କରି ବ୍ୟବଚ୍ଛେଦ କରିବାକୁ କ୍ରିଷ୍ଣା ମେଡିକାଲ କଲେଜକୁ ପଠାଇଛି । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ବୋଲି କହିଛନ୍ତି ପୋଲିସ ଏସଡିପିଓ ଶଙ୍କର ଝା ।

CLOSE COMMENT

ADD COMMENT

To read stories offline: Download Eenaduindia app.

SECTIONS:

  होम

  राज्य

  देश

  दुनिया

  कारोबार

  क्राइम

  खेल

  मनोरंजन

  इंद्रधनुष

  सहेली

  गैलरी

  टूरिज़्म

  MAJOR CITIES