• A
  • A
  • A
ଜାଣିଛନ୍ତି, ଅଘଷା ପାଟିରେ ପାଣି ପିଇବାର ଉପକାରିତା ?

ସାଧାରଣତଃ ଆମେ ଜାଣିଛେ ପାଣି ପିଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ । କିନ୍ତୁ ଆପଣ ଜାଣିନଥିବେ ଦୈନିକ ସକାଳୁ ଅଘଷା ପାଟିରେ ପାଣି ପିଇଲେ ପାଟିରେ ଥିବା ବାସି ଲାଳ ପେଟକୁ ଯିବା ସହ ଶରୀରର ଅନେକ ରୋଗ ଭଲ ହୋଇଥାଏ । ଲାଳ ମୁହଁରେ ପ୍ରସ୍ତୁତ ହେଇଥିବା ଏକ ଆଣ୍ଟିସେପ୍ଟିକ ଭାବେ କାର୍ଯ୍ୟକରିଥାଏ, ଯାହା ଆମକୁ ଅନେକ ରୋଗରୁ ରକ୍ଷା କରିଥାଏ । ତେବେ ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ ।

ଫୋଟ ସୈଜନ୍ୟ:ଇନ୍ନାଡୁ ଇଣ୍ଡିଆଇଂରାଜୀ


ମନୁଷ୍ୟ ଶରୀରର 98 ପ୍ରତିଶତ ଲାଳ ବା ଛେପ ପାଣିରୁ ପ୍ରସ୍ତୁତ ହୋଇଥାଏ ଏବଂ ବାକି 2 ପ୍ରତିଶତରେ ଏଞ୍ଜାଇମ୍‌, ବଲଗମ, ଇଲେକ୍ଟ୍ରୋଲାଇଟ୍‌ ଏବଂ ଅନେକ ଜୀବାଣୁରୋଧକ ତତ୍ତ୍ୱ ରହିଥାଏ । ସକାଳୁ ଉଠି ମୁହଁ ନ ଧୋଇ ବାସି ଛେପକୁ ଏକ ମାସ ପର୍ଯ୍ୟନ୍ତ ମୁହଁରେ ଲଗାଇବା ଦ୍ୱାରା ଅନେକ ଚର୍ମରୋଗ ଦୂର ହୋଇଥାଏ ।
ଏହାକୁ ଜଳିଯାଇଥିବା ସ୍ଥାନରେ 1ରୁ 2 ମାସ ପର୍ଯ୍ୟନ୍ତ, ଖଣ୍ଡିଆରେ 5 ରୁ 10 ଦିନ ପର୍ଯ୍ୟନ୍ତ ଦୈନିକ ଲଗାଇବା ଦ୍ୱାରା ଏହା ଠିକ୍‌ ହୋଇଥାଏ । ଆଖି ଧରିଥିଲେ ଲାଳ/ଛେପକୁ କଜଳ ଭଳି ଲଗାଇଲେ ଏହା ଠିକ ହୋଇଥାଏ । ପେଟ ସମସ୍ୟା ଥିଲେ କିମ୍ବା କୃମି ହୋଇଥିଲେ ସକାଳେ ଉଠି ଅଘଷା ପାଟିରେ ପାଣି ପିଇବା ଦ୍ୱାରା ଏହା ଠିକ ହୋଇଥାଏ ।
ଅନେକ ସମୟରେ ମୁହଁରେ ଲାଳ ବା ଛେପ କମ୍ ହେବାର ମଧ୍ୟ ଦେଖାଯାଇଥାଏ । ଏହାର କାରଣ ଅଧିକ ମାତ୍ରାରେ ଧୂମପାନ କରିବା, ତମାଖୁ ଓ ଖଇନି ଖାଇବା ଦ୍ୱାରା ପାଟି ଶୁଖିଯାଇଥାଏ । ପରେ ଆବଶ୍ୟକୀୟ ଲାଳ ପାଟିରୁ ବାହାରି ଯାଇଥାଏ ଯାହା ଶରୀରରେ ରୋଗର ମାତ୍ରା ବୃଦ୍ଧି ହୋଇଥାଏ ।

CLOSE COMMENT

ADD COMMENT

To read stories offline: Download Eenaduindia app.

SECTIONS:

  होम

  राज्य

  देश

  दुनिया

  क्राइम

  खेल

  मनोरंजन

  इंद्रधनुष

  सहेली

  गैलरी

  टूरिज़्म

  اردو خبریں

  ଓଡିଆ ନ୍ୟୁଜ

  ગુજરાતી ન્યૂઝ

  MAJOR CITIES