• A
  • A
  • A
ପୃଥିବୀ ଉପରେ ଏଲିଅନଙ୍କ ନଜର, ମେକ୍ସିକୋରେ ଦେଖାଗଲା ୟୁଏଫଓ

ନୂଆଦିଲ୍ଲୀ: ଲୋକଙ୍କ ମନରେ ସବୁବେଳେ ଉଙ୍କିମାରେ ଗୋଟିଏ ପ୍ରଶ୍ନ । ସାଧାରଣ ଲୋକଙ୍କ ମଧ୍ୟରେ ହେଉ କିମ୍ବା ଗଣମାଧ୍ୟମରେ ବିଷୟ ହେଉ, ଆରମ୍ଭ ହୋଇଯାଏ ଯୁକ୍ତିତର୍କ ଏବଂ ଚର୍ଚ୍ଚା କଣ ପୃଥବୀ ବାହାରେ ମଧ୍ୟ ଆମ ଭଳି କେହି ଅଛନ୍ତି ? ହଁ ଆମେ କହୁଛୁ ଏଲିଅନଙ୍କ କଥା । ଯୁଗ ଯୁଗ ଧରି ଏହା ଉପରେ ପ୍ରଶ୍ନ ଉଠି ଆସୁଥିବା ସମୟରେ ନିକଟରେ ମେକ୍ସିକୋର ଖୋଲା ଆକାଶରେ ଏକ ଅଜଣା ବସ୍ତୁ ଉଡୁଥିବାର ଦେଖାଯାଇଛି ।

ଫଟୋ ସୌଜନ୍ୟ- ସେସିଆଲ ମିଡିଆ/@ଟ୍ୱିଟର


ଅଜଣା ଉଡନ୍ତା ବସ୍ତୁର ଭିଡିଓ ମଧ୍ୟ ରେକର୍ଡିଂ କରିବାର ଦାବି ହୋଇଛି । ଏହି ରେକର୍ଡିଂ ଏବେ ଜୋରସୋର ଭାଇରାଲ ହେଉଥିବାର ସୂଚନା ମିଳିଛି । କେବଳ ସେତିକି ନୁହେଁ, ୟୁଏଫଓ ନିକଟରେ ମଧ୍ୟ ଭିଡିଓ ପହଞ୍ଚି ସାରିଲାଣି ।
ଡେଲିମେଲ ସମ୍ବାଦ ସଂସ୍ଥାର ଖବର ଅନୁସାରେ, ମେକ୍ସିକୋର ବାଜା ଅଞ୍ଚଳରେ ସଡକରେ ଟ୍ରାଫିକ ଜାମ ସମୟରେ ଜଣେ ମହିଳା ଡ୍ରାଇଭରଙ୍କୁ ହଠାତ ଏକ ଅଜଣା ଉଡନ୍ତା ବସ୍ତୁ ଆକାଶରେ ନଜର ଆସିଥିଲା । ଉକ୍ତ ମହିଳା ସଙ୍ଗେସଙ୍ଗେ ଏହାର ଭିଡିଓ ରେକର୍ଡିଂ କରିଥିଲେ ।


ଏହି ଅଜଣା ବସ୍ତୁକୁ ୟୁଏଫଓ କୁହାଯାଉଛି । ଏହା ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଲା । ଭିଡିଓରେ ଉଡୁଥିବା ବସ୍ତୁ ଭୁଲମ୍ବ ଭାବରେ ଆକାଶ ଉପରକୁ ଉଡୁଥିବାର ନଜର ଆସିଛି । କିନ୍ତୁ ଭିଡିଓ ଫୁଟେଜରେ ସଫା ସଫା ନଜର ଆସୁନାହିଁ ।
ଯେତେବେଳେ ଏହା ୟୁଏଫଓ ଏକ୍ସପର୍ଟ ପେଡ୍ରୋ ରେମୋରେଜଙ୍କ ପାଖରେ ପହଞ୍ଚିଲା ସେ ଏହାକୁ 2018ର ପ୍ରଥମ ଘଟଣାକ୍ରମ ବୋଲି ଘୋଷଣା କରିଛନ୍ତି । ସେ ଡେଲିମେଲକୁ ଜଣାଇଛନ୍ତି ଯେ 2017 ମସିହାର ଶେଷ ଦୁଇମାସ ମଧ୍ୟରେ ୟୁଏଫଓ ଦେଖିବା ଭଳି ଘଟଣା ବଢିଚାଲିଛି ଓ ଆଗକୁ ମଧ୍ୟ ଏହା ଆହୁରି ଅଧିକ ବଢିବ ।

କାରଣ ନାସା ଏବଂ ସ୍ପେଶ ଏକ୍ସ ତାଙ୍କର ନୂତନ ଲଞ୍ଚିଙ୍ଗ ପାଇଁ ପ୍ରସ୍ତୁତ ହେଉଛନ୍ତି । ସେ କହିଛନ୍ତି-ଏଲିଅନସ ଜାଣିଛନ୍ତି ଆମେ ନିକଟରେ କେତେଗୁଡାଏ ସ୍ପେଶ ଲଞ୍ଚ କରିଛନ୍ତି ଏବଂ ସେମାନେ ଏହା ଅନୁମାନ କରୁଛନ୍ତି କି ଆମେ ଯୁଦ୍ଧ ସାମଗ୍ରୀ ପଠାଉଛୁ । ଏହିପରି ଏଲିଅନସ ମଧ୍ୟ ଆମର ଗତି ବିଧି ସମ୍ବନ୍ଧରେ ଆମ ଗ୍ରହର ନିରୀକ୍ଷଣ କରୁଛନ୍ତି ।

CLOSE COMMENT

ADD COMMENT

To read stories offline: Download Eenaduindia app.

SECTIONS:

  होम

  राज्य

  देश

  दुनिया

  क्राइम

  खेल

  मनोरंजन

  इंद्रधनुष

  सहेली

  गैलरी

  टूरिज़्म

  اردو خبریں

  ଓଡିଆ ନ୍ୟୁଜ

  ગુજરાતી ન્યૂઝ

  MAJOR CITIES