• A
  • A
  • A
ଡାକ୍ତର ମାଲିକାଣୀଙ୍କ ପୈଶାଚିକ କାଣ୍ଡ : ନାବାଳିକାକୁ ନିର୍ଯ୍ୟାତନା

ନୂଆଦିଲ୍ଲୀ : ସେ ଜଣେ ମହିଳା । ପେସାରେ ପୁଣି ଡାକ୍ତର । ହେଲେ ତାଙ୍କର ପୈଶାଚିକ କାରନାମା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଦିଲ୍ଲୀରେ ଜଣେ ମହିଳା ଡାକ୍ତରଙ୍କ ଘରୁ ଉଦ୍ଧାର ହୋଇଛି 14 ବର୍ଷର ନାବାଳିକା ।ଦିଲ୍ଲୀ ମହିଳା ଆୟୋଗ ଓ ପୋଲିସର ମିଳିତ ଚଢାଉରେ ଏହି ନାବାଳିକାକୁ ଉଦ୍ଧାର କରାଯାଇଛି ।

ଫଟୋ ସୌଜନ୍ୟ: ଇନାଡୁଇଣ୍ଡିଆ


ଉଦ୍ଧାର ହୋଇଥିବା ନାବାଳିକା ଶରୀରର ବିଭିନ୍ନ ସ୍ଥାନରେ ଚେଙ୍କ ଦିଆଯିବା ସହ ମାଡ ମାରିବାର ଚିହ୍ନ ମଧ୍ୟ ରହିଛି । ନାବାଳିକାର ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାରୁ ତାହାର ଚିକିତ୍ସା ଚାଲିଛି । ଦିଲ୍ଲୀ ପୋଲିସ ଘଟଣାକୁ ଗୁରୁତର ସହ ନେଇ ନିଜ ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।


ଶୁକ୍ରବାର ଦିଲ୍ଲୀ ମହିଳା ଆୟୋଗର ହେଲ୍ପ ଲାଇନ ନମ୍ବର 181କୁ କଲ ଆସିଥିଲା । ଯେଉ୍ଁଥିରେ ଜଣେ 14 ବର୍ଷର ନାବାଳିକାକୁ ଘରେ ବନ୍ଦୀ କରି ରଖିବା ସହ ନିର୍ଯ୍ୟାତନା ଦିଆଯାଉଥିବା କୁହାଯାଇଥିଲା । ଏହି ଖବର ପାଇବା ପରେ ଆୟୋଗ ବିଭାଗ ଏବଂ ପୋଲିସ ମିଳିତ ଚଢାଉ କରି ନାବାଳିକାକୁ ଉଦ୍ଧାର କରିଥିଲେ । ପଚରା ଉଚରା ପରେ ଉଦ୍ଧାର ନାବାଳିକା ଝାଡଖଣ୍ଡର ହୋଇଥିବାବେଳେ ଏକ ପ୍ଲେସମେଣ୍ଟ ଏଜେନ୍ସି ତାଙ୍କୁ ଦିଲ୍ଲୀରେ କାମ ଦେବା ନାମରେ ଆଣିଥିଲା ବୋଲି ଜଣାପଡିଛି ।

ନାବାଳିକା ପୀଡିତାଙ୍କ କହିବା କଥା ସେ 4 ମାସ ହେଲା ଏହି ଘରେ ବନ୍ଦୀ ହୋଇ ଅଛନ୍ତି । ବିଭିନ୍ନ ସମୟରେ ମାଲିକାଣୀ ତାଙ୍କୁ ଶାରୀରିକ ଓ ମାନସିକ ଭାବେ ନିର୍ଯ୍ୟାତନା ଦେଉଥିଲେ। କେତେବେଳେ ଆଇରନରେ ହାତରେ ଚେଙ୍କ ଦେଉଥିଲେ ତ ପୁଣି କେତେବେଳେ କଇଁଞ୍ଚିରେ ଆଖିକୁ ଆକ୍ରମଣ କରୁଥିଲେ ।

ନାବାଳିକାର ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସହରକୁ କାମ କରି ଦୁଇ ପଇସା ରୋଜଗାର କରିବାକୁ ଆସିଥିଲେ । ହେଲେ ଏତେ ଦିନ କାମ କରିବା ପରେ ବି ପାରିଶ୍ରମିକ ମିଳିନଥିଲା । ଓଲଟା ତାଙ୍କୁ ଏମିତି ନିର୍ଯ୍ୟାତନାର ସମ୍ମୁଖୀନ ହେବାରୁ ପଡିଥିଲା।
ସୂଚନାଯୋଗ୍ୟ ଯେ ଉଦ୍ଧାର ହୋଇଥିବା ନାବାଳିକାଙ୍କ ମାଲିକାଣୀ ଜଣେ ଡାକ୍ତର ବୋଲି ଜଣାପଡିଛି ।

CLOSE COMMENT

ADD COMMENT

To read stories offline: Download Eenaduindia app.

SECTIONS:

  होम

  राज्य

  देश

  दुनिया

  क्राइम

  खेल

  मनोरंजन

  इंद्रधनुष

  सहेली

  गैलरी

  टूरिज़्म

  MAJOR CITIES