• A
  • A
  • A
ରାଶି କହେ ଭାଗ୍ୟର କଥା

କେମିତି କଟିବ ଆପଣଙ୍କ ଦିନ । ସାରା ଦିନରେ କଣ ଭଲ ହେବ ଓ କଣ ଖରାପ । କଣ ରହିଛି ଆପଣଙ୍କ ଭାଗ୍ୟରେ । ରାଶିଫଳର କଣ ପ୍ରଭାବ ରହିଛି ଆଜି ଆପଣଙ୍କ ଜୀବନରେ । ଦିନଚର୍ଯ୍ୟା କିପରି ରହିବ । ଜାଣନ୍ତୁ, ଆଜିର ରାଶିଫଳରୁ ଆପଣଙ୍କ ଭାଗ୍ୟର ଫଳ ।

ଆଜିର ରାଶିଫଳ


ମେଷ : ଆଜି ଆପଣଙ୍କୁ ଅତ୍ୟନ୍ତ ସାବଧାନ ସହକାରେ ଚଳିବାକୁ ପଡିବ । କୌଣସି ପ୍ରକାରର ସଙ୍କଟରେ ଯେପରି ନ ପଡନ୍ତି ସେଥିପ୍ରତି ଦୃଷ୍ଟି ରଖନ୍ତୁ । କାର୍ଯ୍ୟ ସଫଳ ନହେବାର ଭୟ ରହିବ । ତେବେ ଗୃହସ୍ଥ ଜୀବନ ଆନନ୍ଦପୂର୍ଣ୍ଣ ରହିବ । ପଦନ୍ନୋତି ହେବାର ସମ୍ଭାବନା ରହିଛି । ଆର୍ଥିକ ଲାଭ ମିଳିବାର ସୁଯୋଗ ରହିଛି ।


ବୃଷ : ଆପଣଙ୍କ ସ୍ୱାସ୍ଥ୍ୟବସ୍ଥା ଆଜି ଖରାପ ରହିବ । ଅଧିକ ଭାବପ୍ରବଣତା ହେତୁ ଆପଣ ଚିନ୍ତିତ ରହିବେ । ଶାରୀରିକ ଓ ମାନସିକ ସ୍ତରରେ ଦୁର୍ବଳ ଲାଗିବ । ଖାଦ୍ୟପେୟର ଧ୍ୟାନ ରଖନ୍ତୁ । କୌଣସି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ପୁରୁଣା କାର୍ଯ୍ୟରେ ସଫଳତା ଡେରିରେ ମିଳିବ ।

ମିଥୁନ : ଆଜି ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ଆନନ୍ଦଦାୟକ ରହିବ । ମଉଜ ମଜଲିସ ଓ ଖୁସୀରେ ସମୟ ଅତିବାହିତ କରିବେ । ସାଙ୍ଗସାଥୀଙ୍କ ସହ ଭ୍ରମଣର ଆୟୋଜନ ହୋଇପାରେ । ଭଲ ଖାଦ୍ୟପେୟ ଓ ବସ୍ତ୍ର ମିଳିବାର ସୁଯୋଗ ରହିଛି । ଧନ ଖର୍ଚ୍ଚରେ ସାମାନ୍ୟ ବୃଦ୍ଧି ପାଇବ ।

କର୍କଟ : ଆଜିର ଦିନଟି ବ୍ୟବସାୟ ପାଇଁ ଅତ୍ୟନ୍ତ ଅନୁକୂଳ । ଶାରୀରିକ ଓ ମାନସିକ ସ୍ତରରେ ଆପଣ ସୁସ୍ଥ ଅନୁଭବ କରିବେ । ପାରିବାରିକ ବାତାବରଣ ମଧ୍ୟ ଉତ୍ତମ ରହିବ । ସାମାଜିକ ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇବ । ବୌଦ୍ଧିକ ଚର୍ଚ୍ଚା କରିବାରେ ଆପଣଙ୍କ ସମୟ ଅତିବାହିତ ହେବ ।

ସିଂହ : ଆଜିର ଦିନଟି ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇବାର ଆଶଙ୍କା ରହିଛି । ପେଟ ସମ୍ବନ୍ଧିତ ରୋଗ ହେବାର ଆଶଙ୍କା ରହିଛି । ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ମଧ୍ୟାହ୍ନ ପରେ ଘରେ ହର୍ଷୋଲ୍ଲାସରେ ସମୟ ବିତିବ । ଶାରୀରିକ ଓ ମାନସିକ ସ୍ତରରେ ଆପଣ ସ୍ଫୁର୍ତ୍ତି ଅନୁଭବ କରିବେ ।

କନ୍ୟା : ଆଜି ଆପଣଙ୍କ ପାଇଁ ସମୟ ଅନୁକୂଳ ନାହିଁ । ଶାରୀରିକ ଓ ମାନସିକ ଭାବେ ଦୁର୍ବଳ ଅନୁଭବ କରିବେ । ସାମାଜିକ ସ୍ତରରେ ଯେପରି ଅପମାନିତ ନ ହେବେ ସେଥିପ୍ରତି ଦୃଷ୍ଟି ରଖନ୍ତୁ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଧନହାନି ହେବାର ଆଶଙ୍କା ରହିଛି ।

ତୁଳା : ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜିର ଦିନଟି ସବୁଠୁ ଉତ୍ତମ ସମୟ । ଭାଗ୍ୟବୃଦ୍ଧି ହେବା ସହ ପ୍ରିୟ ବ୍ୟକ୍ତିଙ୍କ ସହ ଭେଟ ହେବାର ସମ୍ଭାବନା ରହିଛି । ସମାଜରେ ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ହେବ । କିନ୍ତୁ ମଧ୍ୟାହ୍ନ ପରେ ଶାରୀରିକ ଓ ମାନସିକ ସ୍ତରରେ ଦୁର୍ବଳ ଅନୁଭବ କରିବେ । ମାଆଙ୍କ ଦେହ ଖରାପ ହେବାର ଆଶଙ୍କା ରହିଛି । ଧନହାନି ମଧ୍ୟ ହୋଇପାରେ ।

ବିଛା : ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେବାରୁ ନିରାଶ ଲାଗିବ । ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ । ପାରିବାରିକ ଅଶାନ୍ତି ଦେଖାଦେବ । ତେବେ ମଧ୍ୟାହ୍ନ ପରେ ପରିସ୍ଥିତିରେ ଉନ୍ନତି ଦେଖାଦେବ । ଆଧ୍ୟାତ୍ମିକ ଚିନ୍ତାରେ ସମୟ କଟିବ । ଏହାସହ ଭାଇ ଭଉଣୀଙ୍କ ସହ ଖୁସୀରେ ସମୟ ବିତାଇବେ ।

ଧନୁ : ଆଜିର ଦିନଟି ଆପଣଙ୍କ ପାଇଁ ଶୁଭ ଫଳଦାୟୀ ହେବ । କାର୍ଯ୍ୟ ସମ୍ପନ୍ନ ହେବା ସହ ଲକ୍ଷ୍ମୀଯୋଗ ମଧ୍ୟ ରହିବ । ଶାରୀରିକ ଓ ମାନସିକ ସ୍ତରରେ ଆପଣ ଉତ୍ସାହିତ ରହିବେ ତେଣୁ ସମସ୍ତ କାର୍ଯ୍ୟ ସଫଳତାର ସହ ଶେଷ କରିବେ । ବାହାର ସ୍ଥାନକୁ ଭ୍ରମଣର ଯୋଗ ମଧ୍ୟ ରହିଛି । ତେବେ ମଧ୍ୟାହ୍ନ ପରେ ବ୍ୟବସାୟ ତଥା ପାରିବାରିକ କାର୍ଯ୍ୟଭାର ରହିବ । ଅଧିକ କିମ୍ବା ନିରର୍ଥକ ଖର୍ଚ୍ଚ ହୋଇପାରେ ।

ମକର : ଆଜି ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଅନ୍ୟଥା କାହା ସହ କଳି ଝଗଡା ଅଥବା ବିବାଦ ସୃଷ୍ଟି ହୋଇପାରେ । ମନ ମଧ୍ୟ ବ୍ୟାକୁଳ ରହିବ । ଆଧ୍ୟାତ୍ମିକ ଚେତନାରେ ମନ ଦିଅନ୍ତୁ । ମଧ୍ୟାହ୍ନ ପରେ ପରିସ୍ଥିତିରେ ଉନ୍ନତି ଆସିବ । ଶାରୀରିକ ସ୍ତରରେ ସ୍ଫୁର୍ତ୍ତି ଅନୁଭବ କରିବେ ।

କୁମ୍ଭ : ଆଜିର ଦିନଟି ସବୁ ଦୃଷ୍ଟିରୁ ଲାଭଦାୟକ ରହିବ । ସାମାଜିକ କ୍ଷେତ୍ରରେ ଅଧିକ ସକ୍ରିୟ ହେତୁ ପ୍ରତିଷ୍ଠା ବଢିବ । ବିବାହଯୋଗ୍ୟ ବ୍ୟକ୍ତିଙ୍କୁ ମନପସନ୍ଦର ଜୀବନସାଥୀ ମିଳିବେ । ମଧ୍ୟାହ୍ନ ପରେ ଶାରୀରିକ ସ୍ତରରେ କ୍ଳାନ୍ତ ଓ ଅସୁସ୍ଥ ଅନୁଭବ କରିବେ । ପାରିବାରିକ ଅଶାନ୍ତି ଦେଖାଦେବ ।

ମୀନ : ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟୀ ରହିବ । କୌଣସି ପରୋପକାରୀ କାର୍ଯ୍ୟ କରିପାରନ୍ତି । ଉଚ୍ଚ ଅଧିକାରୀ ଆପଣଙ୍କ କାର୍ଯ୍ୟର ପ୍ରଶଂସା କରିବେ । ବ୍ୟବସାୟରେ ଉଚିତ ପଦକ୍ଷେପ ନେବା ଯୋଗୁଁ ସଫଳତା ମିଳିବ । ବଡ ଲୋକଙ୍କ ଆର୍ଶୀବାଦ ମିଳିବ । ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି ।

CLOSE COMMENT

ADD COMMENT

To read stories offline: Download Eenaduindia app.

SECTIONS:

  होम

  राज्य

  देश

  दुनिया

  कारोबार

  क्राइम

  खेल

  मनोरंजन

  इंद्रधनुष

  सहेली

  गैलरी

  टूरिज़्म

  MAJOR CITIES