• A
  • A
  • A
'ଆସିଥିଲେ ମୂର୍ତ୍ତି ହଟାଇବା ପାଇଁ, ଖରାପ ହୋଇଗଲା ମେସିନ'

ଶାହାଜହାଁପୁର : ଦିଲ୍ଲୀ-ଲକ୍ଷ୍ନୌ ମଧ୍ୟରେ ଯାଇଥିବା 24 ଜାତୀୟ ରାଜପଥ କଡରେ ରହିଥିବା ଏକ ମନ୍ଦିର ଓ ହନୁମାନ ମୂର୍ତ୍ତିକୁ ହଟାଇବା ପାଇଁ ବହୁତ ପରିଶ୍ରମ କରିଲା ପରେ ମଧ୍ୟ ଏକ କମ୍ପାନୀ ଏଥିରେ ଅସଫଳ ହୋଇଛି | ଏପରି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶରେ | ଅନ୍ୟପଟେ କମ୍ପାନୀର ଏହି କାମକୁ ସ୍ଥାନୀୟ ଲୋକେ ବିରୋଧ କରୁଛନ୍ତି |

ଫଟୋ ସୌଜନ୍ୟ : ଇନାଡୁ ଇଣ୍ଡିଆ ହିନ୍ଦୀ


ଉତ୍ତର ପ୍ରଦେଶର ଶାହାଜାହାଁପୁର ଜିଲ୍ଲାର କଚିୟାନୀ ଖେଡା ଠାରେ ଥିବା 24 ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଚାଲୁ ରହିଛି | ରାସ୍ତାକୁ ଚଉଡା କରିବା ପାଇଁ ରାଜପଥ କଡରେ ଥିବା ଏକ 130 ବର୍ଷର ପୁରୁଣା ମନ୍ଦିର ଓ ଗୋଟିଏ ବିଶାଳକାୟ ହନୁମାନ ମୂର୍ତ୍ତିକୁ ହଟାଯିବାର ଥିଲା | ଏହି କାର୍ଯ୍ୟ କରିବା ପାଇଁ ଦାୟିତ୍ୱରେ ଥିବା କମ୍ପାନୀ ନିଜର କାମ ଆରମ୍ଭ କରିଥିଲା |


ଯେତେବଳେ କମ୍ପାନୀ ମୂର୍ତ୍ତିକୁ ହଟାଇବା ପାଇଁ କ୍ରେନ ଆଣିଲେ ସେତେବେଳେ ମେସିନ ଖରାପ ହୋଇଗଲା | ଏପରି ଭାବେ ଦୁଇ ଦିନ ଧରି ଉଦ୍ୟମ ଜାରି ରଖିଲେ ମଧ୍ୟ ହନୁମାନଙ୍କୁ ଛୁଇଁ ପାରିନଥିଲା କମ୍ପାନୀର କ୍ରେନ | କାମ ଆଗକୁ ବଢାଇବାକୁ କମ୍ପାନୀ ଭଗବାନ ହନୁମାନଙ୍କୁ ମନାଇବାକୁ ବିଧି ଅନୁସାରେ ପୂଜାର୍ଚ୍ଚନା ଆରମ୍ଭ କରିଛି |

ସେଠାକାର ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ କମ୍ପାନୀ ହନୁମାନ ମୂର୍ତ୍ତିକୁ ରୋଡ ଡିଭାଇଡର ମଧ୍ୟରେ ରଖୁ | ଯଦି ରାସ୍ତା ନିର୍ମାଣ ଯୋଗୁଁ ବଳପୂର୍ବକ ମନ୍ଦିରକୁ ହଟାଯାଏ ଧାରଣା ପ୍ରଦର୍ଶନ କରାଯିବ | ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବା ପାଇଁ ପୋଲିସ ସେଠାରେ ପହଞ୍ଚିଛି |


CLOSE COMMENT

ADD COMMENT

To read stories offline: Download Eenaduindia app.

SECTIONS:

  होम

  राज्य

  देश

  दुनिया

  क्राइम

  खेल

  मनोरंजन

  इंद्रधनुष

  सहेली

  गैलरी

  टूरिज़्म

  MAJOR CITIES