• A
  • A
  • A
ମୁମ୍ବାଇ: ଚିତା ଆକ୍ରମଣରେ 6 ଆହାତ

ମୁମ୍ବାଇ : ମୁଲୁଣ୍ଡ ଅଞ୍ଚଳରେ ଚିତା ଆକ୍ରମଣରେ ଛଅ ଆହାତ । ଶନିବାର ମୁମ୍ବାଇସ୍ଥିତ ମୁଲୁଣ୍ଡର ଏକ ଜନବସତି ଅଞ୍ଚଳ ନୈନିପଦାରେ ହଠାତ୍ ଏକ ଚିତା ପଶିଆସି ଲୋକଙ୍କ ଉପରେ ଆକ୍ରମଣ କରିଥିଲା । ଫଳରେ ଛଅଜଣ ଗୁରୁତରଭାବେ ଆହାତ ହୋଇଛନ୍ତି । ତେବେ ପ୍ରାୟ ତିନି ଘଣ୍ଟାର ଅପରେସନ ପରେ ଚିତାକୁ ଅକ୍ତିଆର କରାଯାଇପାରିଥିଲା ।

ପ୍ରତୀକାତ୍ମକ ଫଟୋ


ସୂଚନା ମୂତାବକ, ମୁଲୁଣ୍ଡର ଏକ ଜନବସତି ଅଞ୍ଚଳ ନୈନିପଦାରେ ଶନିବାର ଏକ ଚିତା ପଶି ଆସିଥିଲା । ପ୍ରଥମେ ଚିତାଟି ଜୟହିନ୍ଦ କଲୋନୀରେ ପ୍ରାୟ ସଂନ୍ଧ୍ୟା 5ଟା ସମୟରେ ବୁଲୁଥିବା ନଜର ଆସିଥିଲା । ପରେ ସେ ହଠାତ୍ ନୈନିପଦା ଅଞ୍ଚଳକୁ ପଶି ଆସିଥିଲା । ତେବେ ଚିତାଟି ଜଣ ଜଣ କରି ଅଞ୍ଚଳର ଛଅଜଣଙ୍କୁ ଆକ୍ରମଣ କରିଥିଲା । ପରେ ସ୍ଥାନୀୟ ବାସିନ୍ଦା ଏବାବାଦରେ ପୋଲିସକୁ ସୂଚନା ଦେଇଥିଲେ ।


ଅନ୍ୟପଟେ ଜୋନ୍-7 ଡେପୁଟି ପୋଲିସ୍ କମିଶନର ଅଖିଳେଶ୍ କୁମାରଙ୍କ ସୂଚନା ଅନୁସାରେ ସେମାନେ ପ୍ରାୟ ରାତି 8.15 ସମୟରେ ଚିତା ଆକ୍ରମଣ ବାବଦରେ ସୂଚନା ପାଇଥିଲେ । ତେବେ ପୋଲିସ କାଳ ବିଳମ୍ବ ନକରି ଜଙ୍ଗଲ ଅଧିକାରୀଙ୍କ ଏକ ଟିମ ସହ ଘଟଣାସ୍ଥଳରେ ପହଁଞ୍ଚିଥିଲେ । ପ୍ରାୟ ତିନି ଘଣ୍ଟାର ଅପରେସନ ପରେ ରାତି ପ୍ରାୟ 11.30 ସମୟରେ ଚିତାକୁ ଉଦ୍ଧାର କରାଯାଇଥିଲା । ସେହିପରି ଚିତା ଦ୍ୱାରା ଆହାତଙ୍କୁ ନିକଟସ୍ଥ ଏକ ହସ୍ପିଟାଲକୁ ନିଆଯାଇଥିଲା ।

ପ୍ରକାଶଯେ, ଚିତାକୁ ଉଦ୍ଧାର କରିବା ପରେ ତାକୁ ସଞ୍ଜୟ ଗାନ୍ଧୀ ନ୍ୟାସନାଲ ପାର୍କକୁ ପଠାଇଦିଆଯାଇଛି । ସେଠାରେ ଚିତାକୁ କିଛିଦିନ ଅବଜରଭେସନରେ ରଖାଯିବ । ପରେ ତାକୁ ଜଙ୍ଗଲକୁ ପଠାଯିବା କଥା ଚିନ୍ତା କରାଯିବ ବୋଲି ଥାଣେ ଜଙ୍ଗଲ ବିଭାଗର ମୁଖ୍ୟ ସଂରକ୍ଷକ ଜିତେନ୍ଦ୍ର ରାମଗାଓଙ୍କର ସୂଚନା ଦେଇଛନ୍ତି ।


CLOSE COMMENT

ADD COMMENT

To read stories offline: Download Eenaduindia app.

SECTIONS:

  होम

  राज्य

  देश

  दुनिया

  कारोबार

  क्राइम

  खेल

  मनोरंजन

  इंद्रधनुष

  सहेली

  गैलरी

  टूरिज़्म

  MAJOR CITIES