'ପ୍ୟାଡମ୍ୟାନ କଲେକ୍ସନକୁ ନେଇ ବ୍ୟଥିତ ନୁହେଁ ଅକ୍ଷୟ'
ମୁମ୍ୱାଇ : ବଲିଉଡର ବକ୍ସଅଫିସରେ ଦର୍ଶକଙ୍କୁ ଅନେକ ୧୦୦କୋଟିର ଫିଲ୍ମ ଦେଇଥିବା ଖିଲାଡି ଅଭିନେତା ଅକ୍ଷୟ କୁମାର ସୋନମ କପୁରଙ୍କ ସହ ଫିଲ୍ମ ''ପ୍ୟାଡମ୍ୟାନ''ର ଅନ୍ୟ ଏକ ଗୀତ "ସାଲେ ସପନେ"ର ଲଞ୍ଚ ଇଭେଣ୍ଟରେ କହିଛନ୍ତି ଯେ, ଏହି ଫିଲ୍ମ ବକ୍ସଅଫିସରେ କେତେ ବ୍ୟବସାୟ କରିବ ତାହା ଅକ୍ଷୟଙ୍କୁ କିଛି ଫରକ ପଡିବନାହିଁ |
ସୌଜନ୍ୟ : ଇନାଡୁ ଇଣ୍ଡିଆ ଇଂରାଜୀ
ବକ୍ସଅଫିସ କଲେକ୍ସନକୁ ନେଇ ଅକ୍ଷୟ ଚିନ୍ତାଶୀଳ କି ? ମିଡିଆର ଏକ ପ୍ରଶ୍ନରେ ଅକ୍ଷୟ କହିଛନ୍ତି ଯେ, ସେ ବ୍ୟବସାୟ ବିଷୟରେ ଭାବିନାହାନ୍ତି ଓ ତାଙ୍କୁ କିଛି ଫରକ ପଡିବନି । ତାଙ୍କ ପାଇଁ ସବୁଠାରୁ ବଡ କଥା ହେଲା, ତାଙ୍କ ଭ୍ୟାନ ବାହାରେ ୩/୪ ଜଣ ଯୁବକ ଯୁବତୀ ବିନା ସଙ୍କୋଚରେ ଋତୁସ୍ରାବ ବିଷୟରେ କରୁଥିବାର ଦେଖିଥିଲେ ଓ ତାଙ୍କ ଭାବନାନୂଯାୟୀ, ଏହି ଫିଲ୍ମର ମୁଖ୍ୟ ଉପଲବ୍ଧି ହେଉଛି ଖୋଲାଖୋଲି ଭାବେ ଚର୍ଚ୍ଚା କରି ଜନସଚେତନତା ସୃଷ୍ଟି କରିବା ।
ଆହୁରି ମଧ୍ୟ ଅକ୍ଷୟ କୁହନ୍ତି ଯେ, ସୋସିଆଲ ମିଡିଆରେ ଲୋକମାନେ ସାନିଟାରୀ ନାପକିନ୍ ପ୍ୟାଡ ଓ ଋତୁସ୍ରାବ ବିଷୟରେ ଚର୍ଚ୍ଚା କରୁଥିବାର ଦେଖି ଫିଲ୍ମରେ ସେ ତାଙ୍କର ପାରିଶ୍ରମିକ ପାଇଯାଇଛନ୍ତି ବୋଲି ଲାଗେ ସେଥିପାଇଁ ବକ୍ସଅଫିସର କାରବାର କଥା ସେ ଭାବିବା ଜରୁରୀ ନୁହେଁ | ଫିଲ୍ମଟି ଦେଶର ଦର୍ଶକଙ୍କୁ ଅନୁପ୍ରାଣିତ କରିବ ବୋଲି ଅକ୍ଷୟ ଆଶାବାଦୀ |
ଦେଶରେ ପ୍ରଥମ ଶସ୍ତା ସାନିଟାରୀ ନାପକିନ ଆବିଷ୍କାରକ 'ଅରୁଣାଚଲମ ମୁରୁଗାନାଥମ'ଙ୍କ ଜୀବନୀକୁ ନେଇ ଫିଲ୍ମ "ପ୍ୟାଡମ୍ୟାନ" ଅକ୍ଷୟ କୁମାର,ସୋନମ କପୁର ଓ ରାଧୀକା ଆପ୍ତେଙ୍କ ଦ୍ୱାରା ଅଭିନୀତ | ନିର୍ଦ୍ଦେଶକ ଆର.ବାଲକୀ ଓ ପ୍ରଯୋଜକ ତଥା ଅକ୍ଷୟଙ୍କ ପତ୍ନୀ ଟ୍ୱିଙ୍କଲ ଖାନ୍ନାଙ୍କ ଦ୍ୱାରା ଏହି ଫିଲ୍ମଟି ଜାନୁୟାରୀ ୨୫ରେ ଫିଲ୍ମ "ପଦ୍ମାବତ" ବିପକ୍ଷରେ ପ୍ରେକ୍ଷାଳୟକୁ ଆସୁଅଛି |