• A
  • A
  • A
ଶଙ୍କରାଚାର୍ଯ୍ୟଙ୍କ ପ୍ରେମରେ ପ୍ରଶାସନିକ ଅଧିକାରୀ !

ଛିନ୍ଦୱାଡା: ମଧ୍ୟପ୍ରଦେଶରେ ଚାଲିଛି ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ଏକାତ୍ମ ଯାତ୍ରା । ଏଣୁ ଏହି ଯାତ୍ରାରେ ପ୍ରଶାସନିକ ଅଧିକାରୀଙ୍କ ଭକ୍ତିଭାବ ଦେଖିବାକୁ ମିଳୁଛି । ଆଶ୍ଚର୍ଯ୍ୟର କଥା ହେଉଛି କି, ଏହି ଯାତ୍ରାରୁ ମୁସଲିମ ଅଧିକାରୀ ମଧ୍ୟ ବାଦ ପଡୁନାହାନ୍ତି । ନିକଟରେ ଉଚ୍ଚ ପଦସ୍ଥ ଜିଲ୍ଲା ଖାଦ୍ୟ ଅଧିକାରୀ ନୁଜହତ ବାନୋଙ୍କୁ ଶଙ୍କରାଚାର୍ଯ୍ୟଙ୍କ ଚରଣ ପାଦୁକା ମୁଣ୍ଡରେ ରଖି ଭଜନ ଶୁଣାଇବା ଦେଖିବାକୁ ମିଳିଥିଲା ।

ଫଟୋ ସୌଜନ୍ୟ: ଇନାଡୁଇଣ୍ଡିଆ ହିନ୍ଦୀ


କେବଳ ଏତିକି ନୁହେଁ ନୁଜହତ ମଞ୍ଚ ଉପରକୁ ଯାଇ ଶଙ୍କରାଚାର୍ଯ୍ୟଙ୍କୁ ନିଜ ଧର୍ମଗୁରୁ କହିବା ସହିତ ଏକାତ୍ମ ଯାତ୍ରାରେ ସାମିଲ ହୋଇଥିବା ଭକ୍ତଙ୍କୁ ସ୍ୱାଗତ କରିଥିଲେ । ଗତ କିଛିଦିନ ପୂର୍ବେ ମଣ୍ଡଲା ଜିଲ୍ଲା ଜିଲ୍ଲାପାଳ ସୁଫିଆ ଫାରୁକି ଶଙ୍କରାଚାର୍ଯ୍ୟଙ୍କ ପାଦୁକା ମୁଣ୍ଡରେ ରଖି ନଗର ପରିକ୍ରମା କରିଥିଲେ । ସେ ପ୍ରାୟ ଏକ କିଲୋମିଟର ପାଦୁକା ସହିତ ପଦଯାତ୍ରା କରିଥିଲେ । ଏଥିଯୋଗୁଁ ଅନେକ ବିବାଦ ଦେଖାଦେଇଥିଲା ।

ସେହିପରି ଦମୋହ ଜିଲ୍ଲାର ଜିଲ୍ଲାପାଳ ଡ.ଶ୍ରୀନିବାସ ଶର୍ମା ଏବଂ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ବିଦିଶାରେ ଜିଲ୍ଲାପାଳ ଅନିଲ ସୁଚାରୀ ସମାନ ଢଙ୍ଗରେ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ପାଦୁକାକୁ ମୁଣ୍ଡରେ ରଖି ନଗର ପରିକ୍ରମା କରିଥିଲେ ।





CLOSE COMMENT

ADD COMMENT

To read stories offline: Download Eenaduindia app.

SECTIONS:

  होम

  राज्य

  देश

  दुनिया

  क्राइम

  खेल

  मनोरंजन

  इंद्रधनुष

  सहेली

  गैलरी

  टूरिज़्म

  MAJOR CITIES