• A
  • A
  • A
ଶିକ୍ଷକଙ୍କ ମାଡରେ ଶ୍ରବଣ ଶକ୍ତି ହରାଇଲେ ଛାତ୍ର

ନୁଆଦିଲ୍ଲୀ : ମନୁଷ୍ୟର ପ୍ରଥମ ଗୁରୁ ତାର ମାତା ପିତା ଏବଂ ଦ୍ୱିତୀୟ ଗୁରୁ ଶିକ୍ଷକ । ଯାହାଙ୍କ ଜ୍ଞାନ ଶୁଣି ପିଲା ଜୀବନରେ ଭଲ ମଣିଷ ହେବା ସହ ବଡ ମଣିଷ ହୋଇଥାଏ । ତେବେ ରାଜଧାନୀ ଦିଲ୍ଲୀରେ ଏମିତି ଏକ ଘଟଣା ସାମ୍ନକୁ ଆସିଛି ଯାହା ଅଞ୍ଚଳରେ ହଇଚଇ ଖେଳାଇ ଦେଇଛି । ନିର୍ଦୟ ସାରଙ୍କ ମାଡରେ ଛାତ୍ର ତାର ଶ୍ରବାଣ ଶକ୍ତି ହରାଇ ବସିଛି ।

ଫଟୋ ସୌଜନ୍ୟ-ଏଏନଆଇ


ଗଣିତ ଶିକ୍ଷକଙ୍କ ମାଡରେ ଜଣେ ତୃତୀୟ ଶ୍ରେଣୀ ଛାତ୍ର ତାର ଶ୍ରବଣ ଶକ୍ତି ହରାଇଛି । ଦିଲ୍ଲୀର ଭାଇ ପ୍ରମାନନ୍ଦ ବିଦ୍ୟାମନ୍ଦିରରେ ଘଟିଛି ଏହି ଘଟଣା । ଗଣିତ ଶିକ୍ଷକ ଛାତ୍ରକୁ ଚାପୁଡା ମାରିବା ଫଳରେ ତାର କାନକୁ କିଛି ଶୁଭୁ ନ ଥିବା ଅଭିଯୋଗ କରିଛନ୍ତି ଛାତ୍ରର ଅଭିଭାବକ । ତେବେ ଛାତ୍ରର ଚିକିତ୍ସା କରୁଥିବା ଡାକ୍ତରଙ୍କ ମତରେ ମାଡରେ ପିଲାର ଡାହାଣ ପାର୍ଶ୍ୱ କାନ ସମ୍ପୁର୍ଣ୍ଣ ଭାବେ ଅକାମୀ ହୋଇଯାଇଛି । ସୂଚନା ଯୋଗ୍ୟ ଯେ, ଗତ ବର୍ଷ ମଧ୍ୟ ଜଣେ ଶିକ୍ଷକଙ୍କ ମାଡରେ ଛାତ୍ର କାନ୍ଧ ଆଘାତ ହୋଇଥିଲା । ତେବେ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ଛାତ୍ରର ଅଭିଭାବକ ପୋଲିସରେ ଅଭିଯୋଗ କରିବା ସହ ତାଙ୍କୁ ସ୍କୁଲରୁ ବାହାର କରିବା ପାଇଁ କର୍ତ୍ତୁପକ୍ଷଙ୍କୁ ଜଣାଇଛନ୍ତି ।
ଉକ୍ତ ଘଟଣାରେ ଶିକ୍ଷକଙ୍କୁ ଘଟଣା କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା କହିଛନ୍ତି ବିଦ୍ୟାଳୟର ପ୍ରିନସିପାଲ ଅଜାୟୀ ପାଲ ସିଂହ ।




CLOSE COMMENT

ADD COMMENT

To read stories offline: Download Eenaduindia app.

SECTIONS:

  होम

  राज्य

  देश

  दुनिया

  क्राइम

  खेल

  मनोरंजन

  इंद्रधनुष

  सहेली

  गैलरी

  टूरिज़्म

  اردو خبریں

  ଓଡିଆ ନ୍ୟୁଜ

  ગુજરાતી ન્યૂઝ

  MAJOR CITIES