• A
  • A
  • A
ଇଛା ମୃତ୍ୟୁ ପାଇଁ ଆବେଦନ କଲେ ଅବିବାହିତା ମାଆ

ହଳଦିଆ: ଇଛା ମୃତ୍ୟୁ ପାଇଁ ନ୍ୟାୟାଳୟ ନିକଟରେ ଆବେଦନ କରିଛନ୍ତି ଜଣେ ଯୁବତୀ । ମେଦିନାପୁରସ୍ଥିତ ହଳଦିଆଠାରେ ଏହି ଘଟଣା ଘଟିଛି । ଜଣେ ଅବିବାହିତା ଯୁବତୀ ମାଆ ହେବା ପରେ ଏବେ ଜୀବନକୁ ନିଜ ଇଛାରେ ଶେଷ କରିବା ପାଇଁ ନ୍ୟାୟାଳୟର ଦ୍ୱାରସ୍ତ ହୋଇଛନ୍ତି ।

ଫଟୋ ସୌଜନ୍ୟ- ଇନାଡୁ ଇଣ୍ଡିଆ ଇଂରାଜୀ


ସୂଚନାଯୋଗ୍ୟ ଯେ କିଛି ମାସ ତଳେ ଅଭିଯୁକ୍ତ ଜଣକ ସେହି ଗ୍ରାମର ଏକ ଝିଅକୁ ଦୁଷ୍କର୍ମ କରିଥିଲା । ପରବର୍ତ୍ତୀ ସମୟରେ ପୀଡିତା ଗର୍ଭବତୀ ହୋଇଥିଲେ । ଘଟଣା ସମ୍ପର୍କରେ ପରିବାର ଲୋକେ ଜାଣିବା ପରେ ଦୁହିଁଙ୍କ ମଧ୍ୟରେ ଘଟଣାର ମୀମାଂସା କରି ଶେଷରେ ତାଙ୍କର ବାହାଘର କରିବାକୁ ସ୍ଥିର ହୋଇଥିଲା । ନଭେମ୍ବର 16 ତାରିଖରେ ବିବାହ କରାଇବା ପାଇଁ ତାରିଖ ଠିକ୍ କରାଯାଇଥିଲା ।
ତେବେ ବାହାଘର ପୂର୍ବଦିନ ଅଭିଯୁକ୍ତ ସମେତ ପୂରା ପରିବାର କେଉଁଆଡେ ଫେରାର ହୋଇଯାଇଥିଲେ । କିଛି ଦିନ ପରେ ପୂରା ପରିବାର ଫେରିଥିଲେ ମଧ୍ୟ ଅଭିଯୁକ୍ତ ଫେରିନଥିଲା । ଅଭିଯୁକ୍ତ ବିଷୟରେ ପଚରିଯବାରୁ କୌଣସି ସନ୍ତୋଷଜନକ ଉତ୍ତର ନପାଇ ଶେଷରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ ପୀଡିତାଙ୍କ ଘର ଲୋକେ । ପୋଲିସ ଅଭିଯୁକ୍ତର ବାପାକୁ ଗିରଫ କରିବା ସହ ଯୁବକର ତଲାସି ଜାରି ରଖିଛି ।
ବର୍ତ୍ତମାନ ପୀଡିତା ଲୋକଲଜ୍ଜ୍ୟା ସହିନପାରି ଏବେ ନ୍ୟାୟାଳୟର ଦ୍ୱାରସ୍ଥ ହେବା ସହ ନିଜ ଇଛା ମୃତ୍ୟୁର ଆବେଦନ କରିଛନ୍ତି ।

CLOSE COMMENT

ADD COMMENT

To read stories offline: Download Eenaduindia app.

SECTIONS:

  होम

  राज्य

  देश

  दुनिया

  क्राइम

  खेल

  मनोरंजन

  इंद्रधनुष

  सहेली

  गैलरी

  टूरिज़्म

  MAJOR CITIES