• A
  • A
  • A
ଚେନ୍ନାଇ: ଭୋଗୀ ସମାରୋହ ଯୋଗୁଁ ବାଧାପ୍ରାପ୍ତ ବିମାନ ସେବା

ନୂଆଦିଲ୍ଲୀ : ଭୋଗୀ ସମାରୋହରେ ଉତ୍ପନ୍ନ ଧୂଆଁ କାରଣରୁ ଚେନ୍ନାଇ ବିମାନବନ୍ଦରରେ ଓଡାଣ ବାଧାପ୍ରାପ୍ତ । ବିମାନବନ୍ଦର ଅଧିକାରୀଙ୍କ ସୂଚନା ମୂତାବକ ପ୍ରାୟ 18ଟି ବିମାନ ସେବା ଏନେଇ ବାଧାପ୍ରାପ୍ତ ହୋଇଥିବାବେଳେ କୁୱେତ୍, ଶାରଜାହ ଏବଂ ଦିଲ୍ଲୀରୁ ଚେନ୍ନାଇ ଆସିବାକୁ ଥିବା ବିମାନଗୁଡିକୁ ହାଇଦ୍ରାବାଦ୍ ଏବଂ ବେଙ୍ଗାଲୁରୁ ବିମାନବନ୍ଦରକୁ ସ୍ଥାନାନ୍ତର କରାଯାଇଛି ।

ଫାଇଲ ଫଟୋ


ସୂଚନାଯୋଗ୍ୟ ଯେ, ସକାଳ 4 ଟାରୁ 5ଟା ସମୟ ମଧ୍ୟରେ କୌଣସି ବିମାନ ପହଁଞ୍ଚିପାରିନଥିଲା । ଫଳରେ ଯାତ୍ରୀମାନଙ୍କୁ ବିମାନବନ୍ଦରରେ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡିଥିଲା । ଭୋଗୀ ସମାରୋହରୁ ଜାତ ଭୀଷଣ ଧୂଆଁର ଏକ ମୋଟା ଆସ୍ତରଣ ଯୋଗୁଁ ଚେନ୍ନାଇ ବିମାନବନ୍ଦରରେ ଉଭୟ ଉଡିବାକୁ ଥିବା ଏବଂ ଆସିବାକୁ ଥିବା ବିମାନସେବା ବାଧାପ୍ରାପ୍ତ ହୋଇଥିଲା ।


ପ୍ରକାଶଯେ, ତାମିଲ ଚାଷୀଙ୍କ ପର୍ବ ପୋଙ୍ଗଲ ପୂର୍ବଦିନ ଭୋଗୀ ସମାରୋହ ପାଳନ କରାଯାଇଥାଏ । ଏହି ଅବସରରେ ପୁରୁଣାକୁ ବିଦାୟ ଏବଂ ନୂଆକୁ ସ୍ୱାଗତ କରିବା ଉଦ୍ଦେଶ୍ୟରେ ଲୋକମାନେ କାଠଜାଳି ଘରଥିବା ଅନାବଶ୍ୟକୀୟ ଆସବାବପତ୍ରସବୁକୁ ଜାଳିଥାନ୍ତି । ତେବେ ପୋଙ୍ଗଲ ପୂର୍ବରୁ ଚେନ୍ନାଇରେ ଆୟୋଜିତ ଏହି ଭୋଗୀ ସମାରୋହ ଯୋଗୁଁ ଧୂଆଁର ଏକ ବହଳା ଆସ୍ତରଣ ଜମାହୋଇ ରହିଥିଲା । ଫଳରେ ମୋଟର ସାଇକେଲ ଚାଳକମାନେ ମଧ୍ୟ ଗାଡିର ହେଡଲାଇଟ୍ ବିନା ଯାତ୍ରା କରିବା ଅସମ୍ଭବ ହୋଇପଡିଥିଲା ।

ଅନ୍ୟପଟେ ଭୋଗୀ ସମାରୋହକୁ ନଜରରେ ରଖି ଏକ ଧୂଆଁ ମୁକ୍ତ ସମାରୋହ ପାଳନ କରିବାପାଇଁ ସରକାରଙ୍କ ପକ୍ଷରୁ ନିରନ୍ତର ସଚେତନତା କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥାଏ ।




CLOSE COMMENT

ADD COMMENT

To read stories offline: Download Eenaduindia app.

SECTIONS:

  होम

  राज्य

  देश

  दुनिया

  कारोबार

  क्राइम

  खेल

  मनोरंजन

  इंद्रधनुष

  सहेली

  गैलरी

  टूरिज़्म

  MAJOR CITIES