• A
  • A
  • A
ରାଜଧାନୀ ହୋଟେଲର ଟଏଲେଟ ବ୍ୟବହାର ଦାବିରେ ଶୋଭାଯାତ୍ରା

ଭୁବନେଶ୍ୱର: ସ୍ମାର୍ଟସିଟି ହୋଟେଲରେ ଥିବା ଶୌଚାଳୟ ବ୍ୟବହାରକୁ ନେଇ ଉଠିଛି ପ୍ରଶ୍ନ । ସାଧାରଣ ଲୋକେ ହୋଟେଲରେ ଥିବା ଟଏଲେଟ ବ୍ୟବହାର କରିବା ଦାବିରେ ଶୋଭାଯାତ୍ରା ହୋଇଛି। ଏହି ଘଟଣାକୁ ଗରୁତର ଭାବେ ନେଇ ଏହାର ପ୍ରତିବାଦର ସ୍ୱର ଉଠାଇଛନ୍ତି ସମାଜସେବୀ ଲିଙ୍କନ ସୁବୁଦ୍ଧିଙ୍କ ସମେତ 50ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ।

ସୌଜନ୍ୟ - ଇନାଡୁ ଇଣ୍ଡିଆ ଇଂରାଜୀ

ରାଜଧାନୀର ହୋଟେଲରେ ଥିବା ଟଏଲେଟକୁ ହୋଟେଲର ଅତିଥିଙ୍କ ଛଡା ଅନ୍ୟ କେହି କାହିଁକି ବ୍ୟବହାର କରିପାରିବେ ନାହିଁ ବୋଲି ଦାବି କରି ଏହି ଛାତ୍ରଛାତ୍ରୀମାନେ ହାତରେ ପ୍ଲାକାର୍ଡ, ପୋଷ୍ଟର, ବ୍ୟାନର ଏବଂ ବିଭିନ୍ନ ନାରାବାଜି ପ୍ରଦର୍ଶନ କରି ଏହି ପ୍ରତିବାଦ ଶୋଭାଯାତ୍ରା କରିଥିଲେ।


ରାଜଧାନୀରେ ଶୌଚାଳୟ ସମସ୍ୟାର ଅନେକ ଲୋକ ସମ୍ମୁଖୀନ ହେଉଛନ୍ତି ଏବଂ ବିଶେଷ କରି ମହିଳା ମାନଙ୍କୁ ଏଥିପାଇଁ ଅଧିକ ଅସୁବିଧା ସାମ୍ନା କରିବାକୁ ପଡୁଛି ବୋଲି ପ୍ରତିବାଦ ଶୋଭାଯାତ୍ରାରେ ସାମିଲ ହୋଇଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି।

ହୋଟେଲ ମାଲିକମାନେ ନିଜ ହୋଟେଲରେ ଥିବା ଶୌଚାଳୟ ବ୍ୟବହାରକରିବାକୁ ମନା କରୁଛନ୍ତି ଏବଂ ବାହାରେ ଥିବା ସୁଲଭ ଶୌଚାଳୟ ବ୍ୟବହାର କରିବାକୁ କହନ୍ତି । କିନ୍ତୁ ଜରୁରୀକାଳୀନ ପରିସ୍ଥିତିରେ ବାହାରେ ଥିବା ସୁଲଭ ଶୌଚାଳୟ ବ୍ୟବହାର କରି ହୋଇନଥାଏ । କାରଣ ସୁଲଭ ଶୌଚାଳୟ ଗୁଡିକ ସଫାସୁତରା ନ ଥାଏ । ଅନେକ କ୍ଷେତ୍ରରେ ଦେଖାଯାଏ ଯେ, କେତେକ ସୁଲଭ ଶୌଚାଳୟରେ ତାଲା ଲାଗିଥାଏ ବୋଲି କହିଛନ୍ତି ସମାଜସେବୀ ଲିଙ୍କନ ସୁବୁଦ୍ଧି ।
ଯେତେବେଳେ ଲିଙ୍କନ କେତେକ ହୋଟେଲର ମାଲିକ ଏବଂ ମ୍ୟାନେଜରଙ୍କ ସହ ଏହି ବାବଦରେ କଥା ହେବାକୁ ଯାଇଥିଲେ ସେମାନେ କିଛି ମତ ଦେବାକୁ ମନାକରିଦେଇଥିଲେ ବୋଲି ସେ ପୁଣି କରିଛନ୍ତି ।
ପ୍ରକାଶ ଯେ, ଭାରତୀୟ ସାରାଇଜ ଆକ୍ଟ ଅନୁସାରେ ଜଣେ ବ୍ୟକ୍ତିଙ୍କୁ ପାଣି ମାଗିବା, ନିଜ ପାଳିତ ଜୀବଯନ୍ତୁକୁ ପାଣି ଦେବା, ହୋଟେଲ ଏବଂ ରେସ୍ତୋଁରାରେ ଶୌଚାଳୟ ,ପାଣି ମାଗଣା ବ୍ୟବହାର କରିବାର ଅଧିକାର ରହିଛି ।

ଫେଡେରେସନ ଅଫ ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ ଅଫ ଇଣ୍ଡିଆଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଏବଂ ସ୍ୱାସ୍ଥ୍ୟ ସଚିବଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିବାକୁ ଲିଙ୍କନ ଯୋଜନା କରଥୁବା ସୂଚନା ମିଳିଛି।




CLOSE COMMENT

ADD COMMENT

To read stories offline: Download Eenaduindia app.

SECTIONS:

  होम

  राज्य

  देश

  दुनिया

  कारोबार

  क्राइम

  खेल

  मनोरंजन

  इंद्रधनुष

  सहेली

  गैलरी

  टूरिज़्म

  MAJOR CITIES