• A
  • A
  • A
19 ବର୍ଷରୁ କମ କ୍ରିକେଟ ବିଶ୍ୱକପ: ଭାରତର ଦମଦାର ଆରମ୍ଭ

ମାଉଣ୍ଟ ମୌଙ୍ଗାନୁଇ: ନ୍ୟୁଜିଲାଣ୍ଡରେ ଆରମ୍ଭ ହୋଇଥିବା 19 ବର୍ଷରୁ କମ କ୍ରିକେଟ ବିଶ୍ୱକପର ଦ୍ୱିତୀୟ ଦିନରୁ ଭାରତ ତା'ର ଅଭିଯାନ ଅଷ୍ଟ୍ରେଲିଆ ବିପକ୍ଷରେ ଆରମ୍ଭ କରିଛି। ଆଜି ଏଠାରେ ଆରମ୍ଭ ହୋଇଥିବା କଙ୍ଗାରୁ ବିପକ୍ଷ ମ୍ୟାଚରେ ଭାରତ ଟସ ଜିତି ବ୍ୟାଟିଂ ପ୍ରଥମେ ବ୍ୟାଟିଂ କରୁଛି। ଦଳର ଦୁଇ ଓପନର ଭଲ ଆରମ୍ଭ କରିଛନ୍ତି। ଖବର ଲେଖା ହେଲା ବେଳକୁ ଭାରତ 24 ଓଭରରେ ବିନା କୌଣସି କ୍ଷତିରେ 143 ରନ ସଂଗ୍ରହ କରିଛି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/@ଟ୍ୱିଟର


ଦଳର ଅଧିନାୟକ ପୃଥି ଶ' 75 ରନରେ ବ୍ୟାଟିଂ କରୁଥିବା ବେଳେ ଅନ୍ୟତମ ଓପନର ମ୍ୟାନଜୋତ କୋଲରା 60 ରନ କରି ଖେଳୁଛନ୍ତି।
ପ୍ରତିପକ୍ଷ ଦଳ ଅଷ୍ଟ୍ରେଲିଆ ପକ୍ଷରୁ ଏଯାବତ 7 ଜଣ ବୋଲରଙ୍କୁ ବ୍ୟବହାର କରାଯାଇଥିଲେ ମଧ୍ୟ କୌଣସି ବୋଲର ଭାରତୀୟ ପ୍ରାରମ୍ଭିକ ଯୋଡିଙ୍କୁ ଭାଙ୍ଗିବାରେ ସଫଳ ହୋଇନାହାଁନ୍ତି।


ଅନ୍ୟପଟେ ଭାରତୀୟ ଓପନର ଦମଦାର ଆରମ୍ଭ କରିଛନ୍ତି। ଦୁଇ ଓପନର ଅଷ୍ଟ୍ରେଲିଆ ବୋଲରଙ୍କୁ କୌଣସି ସୁଯୋଗ ନ ଦେଇ ବଡସଟ ମାନ ଖେଳିବା ଜାରି ରଖିଛନ୍ତି। ବିଶେଷ କରି ଅଧିନାୟକ ଶ' ସୁନ୍ଦର ବ୍ୟାଟିଂ ଜାରି ରଖି ଆକର୍ଷଣୀୟ ସଟ ଖେଳିବା ଜାରି ରଖିଛନ୍ତି। ସେ 75 ରନର ଅପରାଜିତ ପାଳିରେ 7 ଚୌକା ମାରିଥିବା ବେଳେ ଗୋଟିଏ ଛକା ମାରିଛନ୍ତି।



CLOSE COMMENT

ADD COMMENT

To read stories offline: Download Eenaduindia app.

SECTIONS:

  होम

  राज्य

  देश

  दुनिया

  क्राइम

  खेल

  मनोरंजन

  इंद्रधनुष

  सहेली

  गैलरी

  टूरिज़्म

  MAJOR CITIES