• A
  • A
  • A
ଆଖୁ କ୍ଷେତରୁ ନାବାଳିକା ଶବ ଉଦ୍ଧାର, 2 ପୋଲିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଗାଜିଆବାଦ: ମିରଟ ମହିଉଦ୍ଦିନପୁରରେ ଘଟିଛି ଏକ ଅଭାବନୀୟ ଘଟଣା । ନିଖୋଜ ଥିବା ନାବାଳିକାଙ୍କ ମୃତ ଦେହ ଏକ ଆଖୁ ବଗିଚାରୁ ଠାବ କରିଛି ମୋଦିନଗର ପୋଲିସ । ଗତ 26 ତାରିଖରୁ ନିଖୋଜ ଥିଲେ ମହିଉଦ୍ଦିନପୁର ଗାଁ କ୍ରୀଷ୍ଣା କଲୋନୀର ପୂଜକଙ୍କ 15 ବର୍ଷୀୟା ନାବାଳିକା କନ୍ୟା ।

ସୌଜନ୍ୟ - ଇନାଡୁ ଇଣ୍ଡିଆ ଇଂରାଜୀ

ମୃତା ନାବାଳିକାଙ୍କ ପିତାଙ୍କ କହିବା ଅନୁସାରେ, ସେ ନିଖୋଜ ହେବା ପରେ ପୋଲିସରେ ଖବର ଦେଇଥିଲେ ଏବଂ ଝିଅର ମୋବାଇଲ ନମ୍ୱର ଦେଇଥିଲେ। କିନ୍ତୁ ମୋଦି ନଗର ଏସଏଚଓ ତଦନ୍ତ କରିବାରରେ ବିଫଳ ହୋଇଥିଲେ।


"କାର୍ଯ୍ୟରେ ଅବହେଳା ପାଇଁ ମୋଦିନଗର ଏସଏଚଓ ନିରଜା କୁମାର ସିଂହଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଡିଏସପି ରାଜକୁମାର ସିଂହଙ୍କୁ ପୋଲିସ ମୁଖ୍ୟକାର୍ଯ୍ୟାଳୟକୁ ସ୍ଥାନାନ୍ତରଣ କରାଯାଇଛି" ବୋଲି ଏସଏସପି ଏଚଏନ ସିଂହ ପ୍ରକାଶ କରିଛନ୍ତି।

ସେ ପୁଣି କହିଛନ୍ତି, ଏହି ଘଟଣାଟି ସମ୍ବେଦନଶୀଳ ହୋଇଥିବାରୁ ଏହି ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ପ୍ରକାଶ ଯେ, ମୃତ ନାବାଳିକାଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।









CLOSE COMMENT

ADD COMMENT

To read stories offline: Download Eenaduindia app.

SECTIONS:

  होम

  राज्य

  देश

  दुनिया

  क्राइम

  खेल

  मनोरंजन

  इंद्रधनुष

  सहेली

  गैलरी

  टूरिज़्म

  MAJOR CITIES