• A
  • A
  • A
ଅଣ୍ଡା ମାଡ କଲି, ଏବେ ଗୋବର ପାଣି ଛିଞ୍ଚିବି: ରାଜେଶ୍ୱରୀ

ଭୁବନେଶ୍ୱର: ଥମୁନି ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡାମାଡ ଘଟଣାର ବିବାଦ । ରାଜେଶ୍ୱରୀଙ୍କ ଉପରୁ ସବୁ ମାମଲା ପ୍ରତ୍ୟାହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ରାଜେଶ୍ୱରୀ କରିଛନ୍ତି ପ୍ରେସମିଟ । ଆଉ ଏହି ପ୍ରେସମିଟରେ ମୁଖ୍ୟମନ୍ତ୍ରୀଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି ଅଣ୍ଡାମାଡ କରିଥିବା ମହିଳା ରାଜେଶ୍ୱରୀ କାମିଲା ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ ଟୁଇଟର


ସେ କହିଛନ୍ତି ଯେ ଅଣ୍ଡାମାଡ ପରେ ଏବେ ମୁଖ୍ୟମନ୍ତ୍ରୀ ଯେଉଁଠିକୁ ଯିବେ ସେଠାରେ ସେ ଗୋବର ପାଣି ଛିଞ୍ଚିବେ । ଛିଞ୍ଚିବା ପରେ ଝାଡୁ ମାରି ସେ ଜାଗା ଶୁଦ୍ଧ କରିବେ ବୋଲି କାମିଲା କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଅନ୍ଧ ଧ୍ରୁତରାଷ୍ଟ୍ର ବୋଲି କହିବା ସହ ସେ କହିଛନ୍ତି ଯେ ସଭାସ୍ଥଳରେ ତାଙ୍କ ପ୍ରତି ମରଣାନ୍ତକ ଆକ୍ରମଣ କରିଥିଲେ ବିଜେଡି କର୍ମୀ । ହେଲେ ସେଠାରୁ ତାଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ଦେଖଣାହାରୀ ସାଜିଥିଲେ ସଭିଁଏ । ଯାହାକୁ ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି । ମହିଳାଙ୍କର ସମ୍ମାନ ରକ୍ଷା ପାଇଁ ସଂଘର୍ଷକୁ ଜାରି ରଖିବି ବୋଲି କହିଛନ୍ତି ରାଜେଶ୍ୱରୀ ।


ପ୍ରକାଶ ଥାଉ କି, ଜାନୁଆରୀ ୩୧ ତାରିଖରେ ଏହି ଅଣ୍ଡାମାଡ ଘଟଣା ଘଟିଥିଲା । ବାଲେଶ୍ୱର ଜିଲ୍ଲା ତାଳସାରୀ ବ୍ରିଜର ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ଦେବାବେଳେ ସଭାମଞ୍ଚକୁ ଅଣ୍ଡାମାଡ କରିଥିଲେ ରାଜେଶ୍ୱରୀ । ତେବେ ସୌଭାଗ୍ୟବଶତଃ ଅଣ୍ଡା ମୁଖ୍ୟମନ୍ତ୍ରୀଙ୍କ ଉପରେ ନବାଜି ପୋଡିୟମ ଉପରେ ପଡିଥିଲା ।



CLOSE COMMENT

ADD COMMENT

To read stories offline: Download Eenaduindia app.

SECTIONS:

  होम

  राज्य

  देश

  दुनिया

  क्राइम

  खेल

  मनोरंजन

  इंद्रधनुष

  सहेली

  गैलरी

  टूरिज़्म

  اردو خبریں

  ଓଡିଆ ନ୍ୟୁଜ

  ગુજરાતી ન્યૂઝ

  MAJOR CITIES