• A
  • A
  • A
୩ ବର୍ଷ ଛୁଇଁଲେ ଦିଲ୍ଲୀ ସରକାର, ଫ୍ରି ୱାଇ-ଫାଇ ନେଇ ଆଶା

ନୂଆଦିଲ୍ଲୀ: ଅରବିନ୍ଦ କେଜରିୱାଲ ସରକାରଙ୍କୁ ପୂରିଛି ୩ ବର୍ଷ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କେଜରିୱାଲ ନିଜ ସରକାରଙ୍କ ସଫଳତା ବଖାଣିଛନ୍ତି । ସେ କହିଛନ୍ତି ଯେ ଦିଲ୍ଲୀରେ ୭୦ ବର୍ଷରେ ଯାହା ହୋଇପାରିଲାନି ତାହା ୩ ବର୍ଷରେ ହୋଇଛି ।

ପ୍ରତୀକାତ୍ମକ ଫଟୋ


ଏହାସହ ଦିଲ୍ଲୀରେ ଖୁବଶିଘ୍ର ମାଗଣା ୱାଇ-ଫାଇ ସୁବିଧା କରାଯିବ ବୋଲି ସେ କହିଛନ୍ତି । ସୂଚନା ଅନୁସାରେ, ବୁଧବାର କେଜରିୱାଲ ନିଜ ସରକାରର ସଫଳତା ବଖାଣିଛନ୍ତି । ସେ ଦୃଢତାର ସହ କହିଛନ୍ତି ଯେ ଦିଲ୍ଲୀରେ ୭୦ ବର୍ଷରେ ଯାହା ହୋଇପାରିଲାନି ତାହା ୩ ବର୍ଷରେ କରିଛନ୍ତି ଆପ ସରକାର । ଏହାସହ ଦିଲ୍ଲୀ ପ୍ରଥମ ସହର ଯେଉଁଠାରେ ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମାଗଣା ଚିକିତ୍ସା, ମାଗଣା ସର୍ଜରୀ ଓ ମାଗଣା ଔଷଧ ବଣ୍ଟନ କରାଯାଉଛି ।


ଏହାସହ ଦିଲ୍ଲୀରେ ୩ ବର୍ଷ ମଧ୍ୟରେ ବିଜୁଳି ଶୁଳ୍କ ବଢିନାହିଁ । ଏଠାକୁ ଆସୁଥିବା ପ୍ରତିଟି ପଇସା ଲୋକଙ୍କ ହିତରେ ଖର୍ଚ୍ଚ ହେଉଛି । ସେପଟେ କେଜରିୱାଲଙ୍କ ଫ୍ରି ୱାଇ-ଫାଇ ଘୋଷଣା ପଦାରେ ପଡିଛି ।

ସୂଚନାଯୋଗ୍ୟ, ୨୦୧୫ ମସିହାରେ କେଜରିୱାଲ ସରକାର ଜନତାଙ୍କୁ ଏହି ପ୍ରତିଶ୍ରୁତି ଦେଇଥିଲେ ଯେ ଯଦି ତାଙ୍କ ଦଳ ସରକାର ଗଢେ ତେବେ ପୁରା ରାଜଧାନୀକୁ ଫ୍ରି ୱାଇ-ଫାଇ ସେବା ଯୋଗାଇ ଦିଆଯିବ । ମାତ୍ର ଆଜି କେଜରି ସରକାରଙ୍କୁ ୩ ବର୍ଷ ପୁରିଥିଲେ ବି ୱାଇ-ଫାଇ ସୁବିଧାର ନାଁ ଗନ୍ଧ ନାହିଁ ।

ତେବେ ଏହି ପ୍ରସଙ୍ଗକୁ ନଜରରେ ରଖି ପୁଣିଥରେ ଫ୍ରି ୱାଇ-ଫାଇ ସେବା କଥା ଦୋହରାଇଛନ୍ତି ଅରବିନ୍ଦ କେଜରିୱାଲ । ସେ କହିଛନ୍ତି, ଖୁବଶିଘ୍ର ଏନେଇ ତାରିଖ ଘୋଷଣା କରାଯିବ । ଚଳିତ ବର୍ଷ ହିଁ ଦିଲ୍ଲୀବାସୀ ଏହି ସେବା ପାଇପାରିବେ ବୋଲି ସେ ଦୃଢୋକ୍ତି ସ୍ୱରରେ କହିଛନ୍ତି ।



CLOSE COMMENT

ADD COMMENT

To read stories offline: Download Eenaduindia app.

SECTIONS:

  होम

  राज्य

  देश

  दुनिया

  क्राइम

  खेल

  मनोरंजन

  इंद्रधनुष

  सहेली

  गैलरी

  टूरिज़्म

  MAJOR CITIES