• A
  • A
  • A
ମଦ ପିଇ ମାତାଲ ହେଲା ମାଙ୍କଡ, ବାରରେ କଲା ଖୁବ ମସ୍ତି

ବେଙ୍ଗାଲୁରୁ: ମଦ ନିଶାରେ ମାଙ୍କଡଟିଏ ମସ୍ତି କରିବା ସହ ବାରରେ ଡିଆଁଡେଇଁ କରିଛି । ଆଉ ଏବେ ଏହି ଭିଡିଓ ଖୁବ ଭାଇରାଲ ହୋଇଛି । ଆଶ୍ଚର୍ଯ୍ୟର କଥାଟି ହେଉଛି ମାଙ୍କଡଟି ଏଭଳି ହଙ୍ଗାମା କରୁଥିବାବେଳେ କିଛି ଲୋକ ଡରିକି ପଳାଇଯାଇଥିଲେ ତ ଆଉ କିଛି ମାଙ୍କଡଟିର ବଦମାସ ହେଉଥିବାର ଭିଡିଓ ଉତ୍ତୋଳନ କରୁଥିଲେ ।

ପ୍ରତୀକାତ୍ମକ ଫଟୋ


ସୂଚନା ମୁତାବକ ସୋମବାର ରାତିରେ ମାଙ୍କଡଟି ଅଧିକ ମଦ ପିଇଦେଇଥିଲା । ଆଉ ମଦ ପିଇବା ପରେ ମୁଣ୍ଡକୁ ନିଶା ଚଢିଯାଇଥିଲା । ଏହାପରେ ହଙ୍ଗାମା କରିବା ଆରମ୍ଭ କରିଦେଇଥିଲା । ତେବେ ଏଯାଏଁ ସ୍ପଷ୍ଟ ହୋଇନି ଯେ ମାଙ୍କଡଟି ନିଜେ ମଦ ପିଇଥିଲା ନା କେହି ବ୍ୟକ୍ତି ମଜା କରିବାକୁ ଏଭଳି କରିଥିଲେ ।


ମଦ ନିଶାରେ ଉବୁଟୁବୁ ମାଙ୍କଡର ମସ୍ତି ଦୀର୍ଘ ସମୟ ଧରି ଚାଲିଥିଲା । ଆଉ ଏହାକୁ ନେଇ କିଛି ଲୋକ ଡରି କରି ପଳାଇଯାଇଥିଲେ । ତେବେ ଆଉ କିଛି ଲୋକ ରହି ଭିଡିଓ ବନାଇବାରେ ଲାଗିଥିଲେ । ସେହିପରି କିଛି ପଶୁପ୍ରେମୀ ମାଙ୍କଡଟିକୁ ଫଳ ଓ ପାଣି ମଧ୍ୟ ପିଇବାକୁ ଦେଇଥିଲେ । ଅଧା ରାତି ଯାଏଁ ମାଙ୍କଡର ମସ୍ତି ଚାଲିଥିବାବେଳେ ଶେଷରେ ହାଲିଆ ହୋଇ ମାଙ୍କଡ ବସିଥିବାବେଳେ ଜଣେ ଅଟୋ ଡ୍ରାଇଭର ତାକୁ କାବୁ କରିଥିଲେ ।



CLOSE COMMENT

ADD COMMENT

To read stories offline: Download Eenaduindia app.

SECTIONS:

  होम

  राज्य

  देश

  दुनिया

  कारोबार

  क्राइम

  खेल

  मनोरंजन

  इंद्रधनुष

  सहेली

  गैलरी

  टूरिज़्म

  MAJOR CITIES