• A
  • A
  • A
ବିଜେପୁର ଲଢେଇ: ଉଡି ଉଡି ଆସୁଛି ବିଜେଡି- ନବୀନ

ଭୁବନେଶ୍ୱର: ବ୍ରାଣ୍ଡ ନବୀନ, ବିଜୁ ଲିଗାସି, ସ୍ୱଚ୍ଛ ଶାସନ, ଶ୍ରେଷ୍ଠ ପ୍ରଶାସନ, ଆଦର୍ଶ ମୁଖ୍ୟମନ୍ତ୍ରୀ ଟ୍ୟାଗ ପାଇଁ ପରିଚିତ ବିଜେଡି(ବିଜୁ ଜନତା ଦଳ) ଏବେ ବିଜେପୁର ଉପ-ନିର୍ବାଚନ ପାଇଁ ବଳ କଷିବା ଆରମ୍ଭ କରିଛି । ଏହି ଉପନିର୍ବାଚନରେ ବାଜିମାତ କରିବାକୁ ଶାସକ ଦଳ ବିଜେଡି ସମେତ ବିଜେପି ଓ କଂଗ୍ରେସ ପୂରା ଦମରେ ଲାଗିପଡିଛନ୍ତି । କିଏ ପିନ୍ଧିବ ବିଜେପୁର ବିଜୟ ଟୀକା ତାହାର ଅଙ୍କକଷା ଏବେ ଭୁବନେଶ୍ୱରରେ ଭାରି ଜମୁଛି ।

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ


ଏପରିକି ରାଜ୍ୟ ନିର୍ବାଚନ ପାଣିପାଗକୁ ଉଷ୍ମ କରିଥିବା ଏହି ବିଜେପୁର ଉପନିର୍ବାଚନକୁ ନେଇ ଆଜି ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୃଢୋକ୍ତି ପ୍ରକାଶ କରିଛନ୍ତି । ବିଜେଡି ଆଗାମୀ ବିଜେପୁର ଉପନିର୍ବାଚନକୁ ବଡ ବ୍ୟବଧାନରେ ହାତେଇବ ବୋଲି ସେ ପ୍ରକାଶ କରିଛନ୍ତି ।
"ଦଳର ବିକାଶମୂଳକ କାର୍ଯ୍ୟ ଏବଂ ଏକାଧିକ ଜନମଙ୍ଗଳ ଯୋଜନା ଏହି ଉପନିର୍ବାଚନରେ ଦଳକୁ ଫାଇଦା ପହଞ୍ଚାଇବ । ଶାସକ ଦଳ ଉକ୍ତ ଉପନିର୍ବାଚନରେ ଅଧିକ ଭୋଟହାରରେ ବିଜୟୀ ହେବ" ବୋଲି ଦିଲ୍ଲୀ ଯିବା ପୂର୍ବରୁ ନବୀନ ପ୍ରକାଶ କରିଛନ୍ତି । ସୂଚନା ଥାଉ କି, ନବୀନ ୪ ଦିନିଆ ଦିଲ୍ଲୀ ଗସ୍ତରେ ବାହାରିଛନ୍ତି ।


ଆସନ୍ତା ୨୪ ତାରିଖରେ ବିଜେପୁର ବିଧାନସଭା ସିଟ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ଏହି ଉପନିର୍ବାଚନ ପାଇଁ ତ୍ରି-କୋଣୀୟ ଫାଇଟ ହେବ । ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଏବଂ କଂଗ୍ରେସ ଏହି ଉପନିର୍ବାଚନକୁ ଦୃଷ୍ଟିରେ ରଖି ନିଜର ସମସ୍ତ ଜୋର ଲଗାଇଛନ୍ତି ।

ଏହି ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ରୀତା ସାହୁ(ପୂର୍ବତନ କଂଗ୍ରେସ ବିଧାୟକ ସ୍ୱର୍ଗତଃ ସୁବଳ ସାହୁଙ୍କ ପତ୍ନୀ) ମୈଦାନକୁ ଓହ୍ଲାଇଥିବାବେଳେ ବିଜେପି ପକ୍ଷରୁ ଅଶୋକ ପାଣିଗ୍ରାହୀ ଏବଂ କଂଗ୍ରେସରୁ ପ୍ରଣୟ ସାହୁ ପ୍ରାର୍ଥୀ ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ ଆଗକୁ ଓଡିଶାରେ ହେବାକୁ ଥିବା ହକି ବିଶ୍ୱକପ ପରିପ୍ରେକ୍ଷୀରେ ସେ ଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେବା ପାଇଁ ଯାତ୍ରା କରୁଛନ୍ତି । ଏହା ସହିତ ନବୀନ ପଟ୍ଟନାୟକ ମହାଶିବରାତ୍ରୀ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ।



CLOSE COMMENT

ADD COMMENT

To read stories offline: Download Eenaduindia app.

SECTIONS:

  होम

  राज्य

  देश

  दुनिया

  क्राइम

  खेल

  मनोरंजन

  इंद्रधनुष

  सहेली

  गैलरी

  टूरिज़्म

  اردو خبریں

  ଓଡିଆ ନ୍ୟୁଜ

  ગુજરાતી ન્યૂઝ

  MAJOR CITIES