• A
  • A
  • A
ଲୁଲୁଙ୍କୁ ମନେ ପକାଇଲା ପଦ୍ମ, ପ୍ରତିମୂର୍ତ୍ତି ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ

ବ୍ରହ୍ମଗିରି: ବର୍ଷ ବର୍ଷ ଧରି ଯାହା ହାତ କରିନଥିଲା ତାହା ଆଜି ପଦ୍ମ କରିଦେଖାଇଛି । ଜୀବିତ ଥିବାବେଳେ ପାଳନ ହୋଇନଥିଲା ଲୁଲୁଙ୍କ ଜନ୍ମଦିନ । ଦଳର ଜଣେ ତୁଙ୍ଗ ନେତା ହେବା ସତ୍ତ୍ୱେ ଦଳୀୟ କର୍ମୀ ଓ ନେତା କରିଥିଲେ ହତାଦାର ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ/ଟ୍ୱିଟର@BJP4Odisha


କିନ୍ତୁ ଦଳ ବଦଳିଲା ଆଉ ଏହା ସହ ମିଳିଲା ଅନେକ ସମ୍ମାନ । ବ୍ରହ୍ମଗିରିରେ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ୫୪ ତମ ଜୟନ୍ତୀ ଉତ୍ସବରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଲୁଲୁ ଭାଇଙ୍କ ଜୀବନ ଗାରିମା ବଖାଣିବା ସହ ବ୍ରହ୍ମଗିରିରେ କିପରି ବିକାଶ ସାଧିତ ହୋଇପାରିବ ସେନେଇ ମଧ୍ୟ ବକ୍ତବ୍ୟ ରଖିଥିଲେ ଧର୍ମେନ୍ଦ୍ର ।
ସୂଚନା ଅନୁସାରେ, ପାଇକ ବୀର ବକ୍ସି ଜଗବନ୍ଧୁଙ୍କ ମାଟିରେ ଜନ୍ମ ନେଇଥିବା କଂଗ୍ରେସର ଦିବଙ୍ଗତ ନେତା ତଥା ଯୁବ ନେତା ସ୍ୱର୍ଗତଃ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଓରଫ ଲୁଲୁ ଭାଇଙ୍କ ୫୪ ତମ ଜନ୍ମ ବାର୍ଷିକ ପାଳିତ ହୋଇଯାଇଛି । ଏହି ସଭାରେ ରାଜ୍ୟ ବିଜେପିର ତୁଙ୍ଗ ନେତା ଧର୍ମେନ୍ଦ୍ର ପ୍ରଧାନ, ପୀତାମ୍ୱର ଆଚାର୍ଯ୍ୟ ,ସମୀର ମହାନ୍ତି, ଲଳିଟେନ୍ଦୁ ବିଦ୍ୟାଧର ମହାପାତ୍ର ଏବଂ ତାଙ୍କ ଝିଅ ଉପାସନା ସମେତ ହଜାର ହଜାର ଦଳୀୟ କର୍ମୀ ଯୋଗଦାନ କରିଥିଲେ ।


୫୪ ତମ ଜନ୍ମ ବାର୍ଷିକ ଉପଲକ୍ଷେ ଲୁଲୁ ଭାଇଙ୍କ ସ୍ମୃତି ଚାରଣ କରାଯାଇଥିଲା । ଜୀବନ ସାରା କଂଗ୍ରେସ ଦଳ ସହ ରହି ଦଳର ଉତ୍ଥାନ ପାଇଁ ଅଜସ୍ର ପରିଶ୍ରମ କରିଥିଲେ ସେ, ହେଲେ ଯାହା ଆଶା କରିଥିଲେ ତାହା ଫସର ଫାଟିଯାଇଥିଲା । ଦଳର ଉତ୍ଥାନ ତ ପରକଥା, କିନ୍ତୁ ତାଙ୍କୁ ଅଣଦେଖା କରିବା ପ୍ରସଙ୍ଗ ପରିବାର ମଧ୍ୟରେ ଆଣି ଦେଇଥିଲା ଅସନ୍ତୋଷ ।
ଏହି ଅବସରରେ ବ୍ରହ୍ମଗିରିର ଗଡରୋଡଙ୍ଗଠାରେ ଲୁଲୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହାସହ ନବୀନ ସରକାରଙ୍କ ବିରୋଧରେ ବର୍ଷିଥିଲେ ଧର୍ମେନ୍ଦ୍ର ପ୍ରଧାନ ।

୨୦୧୬ ମସିହା ନଭେମ୍ୱର ୬ ତାରିଖରେ ଲୁଲୁ ମହାପାତ୍ର ପରଲୋକ ହେବା ପରେ, ଆରମ୍ଭ ହୋଇଥିଲା ଏକ ନୂଆ ଅଧ୍ୟାୟ । ୨୦୧୭ ମସିହା ଅକ୍ଟୋବର ମାସ ୧୪ ତାରିଖରେ ବିଜେପିରେ ଯୋଗ ଦେଲେ ଲୁଲୁ ଭାଇଙ୍କ ଝିଅ ଉପାସନା ମହାପାତ୍ର ଓ ତାଙ୍କ ପରିବାର । ଏହି ଖବର ପ୍ରକାଶିତ ହେବା ପରେ ରାଜନୈତିକ ବାତାବରଣରେ ଉଷ୍ମତା ଖେଳିଯାଇଥିଲା । କୁହାଯାଇପାରେ ଆସନ୍ତା ୨୦୧୯ ନିର୍ବାଚନ ପାଇଁ ଏହା ଏକ ବଡ ସେମିଫାଇନାଲ ମ୍ୟାଚ ।

CLOSE COMMENT

ADD COMMENT

To read stories offline: Download Eenaduindia app.

SECTIONS:

  होम

  राज्य

  देश

  दुनिया

  कारोबार

  क्राइम

  खेल

  मनोरंजन

  इंद्रधनुष

  सहेली

  गैलरी

  टूरिज़्म

  MAJOR CITIES