• A
  • A
  • A
ପରୀକ୍ଷା ଦେବା ଆଗରୁ ଛାତ୍ର ଖୋଲିଲେ ପ୍ୟାଣ୍ଟ !

ପାଟନା: ଏଠି ପରୀକ୍ଷା ବାହାନାରେ ଚାଲିଛି ରାଗିଂ । ପରୀକ୍ଷା ଦେବା ଆଗରୁ ପରୀକ୍ଷାର୍ଥୀଙ୍କ ମନୋବଳ ଭାଙ୍ଗି ଦିଆଯାଉଛି । ଯାହାର ଉଦାହରଣ ଏହି ଭିଡିଓ ମାଧ୍ୟମରେ ଦେଖାଯାଇଛି । ବିହାରରେ ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯେଉଁଠାରେ ଯାଞ୍ଚ କରିବା ବାହାନାରେ ଜଣେ ଛାତ୍ରଙ୍କର ପ୍ୟାଣ୍ଟ ଖୋଲିଛନ୍ତି ସୁରକ୍ଷାକର୍ମୀ।

ପ୍ରତୀକାତ୍ମକ ଫଟୋ


ସୂଚନା ଅନୁସାରେ, ବର୍ତ୍ତମାନ ବିହାରରେ ଇଣ୍ଟର ମିଡିଏଟ ପରୀକ୍ଷା ଚାଲିଛି । ସରକାରଙ୍କ ଏତେ ନିୟମ ହେବା ସହ ସୁରକ୍ଷା ମଧ୍ୟ କଡାକଡି କରାଯାଇଛି । ଏହା ସତ୍ତ୍ୱେ ପରୀକ୍ଷାରେ ପ୍ରଶ୍ନ ପତ୍ର ଭୁଲ ଆସୁଛି ଏହାସହ ପରୀକ୍ଷା ମଝିରେ ସେହିଦିନର ପରୀକ୍ଷା ବାତିଲ ହେବାର ଅଭିଯୋଗ ରହିଛି ।


ମାତ୍ର ଏସବୁ ଭୁଲକୁ ଆଡେଇ ଏକ ଅମାନବୀୟ ଦୃଶ୍ୟ ସାମ୍ନାକୁ ଆସିଛି । ପିଲାଙ୍କୁ ଯାଞ୍ଚ କରିବା ବଦଳରେ ଜଣେ ଛାତ୍ରଙ୍କୁ ପ୍ୟାଣ୍ଟ ଖୋଲିବାକୁ କହିଛନ୍ତି ସୁରକ୍ଷାକର୍ମୀ । ଯାହା ଏକ ନିନ୍ଦନୀୟ ଘଟଣା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।

ପରୀକ୍ଷା ହଲ ନୁହେଁ ଜେଲରେ ଅତ୍ୟାତାର କରିବା ଭଳି ଆଚରଣ ଦେଖାଇଛନ୍ତି ସୁରକ୍ଷାକର୍ମୀ । ଏହାକୁ ଯାଞ୍ଚ ନୁହେଁ ଅତ୍ୟାଚାରର ଆଖ୍ୟା ଦିଆଯାଇଛି । ଏହି ଘଟଣା ପରେ ଜଣେ ପରୀକ୍ଷାର୍ଥୀ କିଭଳି ସ୍ଥିତିରେ ପରୀକ୍ଷା ଦେବ ତାହା ଏହି ଭିଡିଓ ମାଧ୍ୟମରେ ଆପଣ ଅନୁଭବ କରିପାରିବେ ।



CLOSE COMMENT

ADD COMMENT

To read stories offline: Download Eenaduindia app.

SECTIONS:

  होम

  राज्य

  देश

  दुनिया

  क्राइम

  खेल

  मनोरंजन

  इंद्रधनुष

  सहेली

  गैलरी

  टूरिज़्म

  MAJOR CITIES