• A
  • A
  • A
ବାୟୁସେନାଧିକାରୀଙ୍କ ପରେ ହନିଟ୍ରାପରେ ସ୍ଥଳସେନାଧିକାରୀ, ଏଥର ଫସିଛନ୍ତି ଲେଫ୍ଟନାଣ୍ଟ କର୍ଣ୍ଣେଲ

ଜବଲପୁର(ମଧ୍ୟପ୍ରଦେଶ): ଭାରତରେ ଗୋଟିଏ ପରେ ଗୋଟିଏ ପ୍ରତିରକ୍ଷା ସମ୍ପର୍କିତ ହନିଟ୍ରାପ ହିଷ୍ଟ୍ରି ଖୋଲୁଛି । ଲକ୍ଷ୍ୟ ଭାରତର ପ୍ରତିରକ୍ଷା ତଥ୍ୟ ହାସଲ ଏବଂ ଏଥିରେ ଫସୁଛନ୍ତି ସେନା ଅଧିକାରୀ । ହନିଟ୍ରାପ ବା ସୁନ୍ଦରୀ ଫାଶ(ଜାଲ) ମାଧ୍ୟମରେ ଭାରତୀୟ ପ୍ରତିରକ୍ଷା ଅଧିକାରାଙ୍କୁ ଟାର୍ଗେଟ କରାଯାଉଛି ।

ପ୍ରତୀକାତ୍ମକ ଫଟୋ


ନିଶ୍ଚିତ ରୂପରେ ଏହା ଚିନ୍ତାଜନକ ବିଷୟ ହୋଇଥିଲେ ମଧ୍ୟ ସଜାଗ ମିଲିଟାରୀ ଇଣ୍ଟାଲିଜେନ୍ସ ବା ସେନା ଗୁଇନ୍ଦା ଏହି ସୁନ୍ଦରୀ ଜାଲକୁ କାଟିବାରେ ସଫଳ ହେଉଛି । ସଦ୍ୟତମ ଏହି ଅଭିଯୋଗରେ ସ୍ଥଳସେନାର ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲକୁ ସେନା ଗୁଇନ୍ଦା ପକ୍ଷରୁ ମଧ୍ୟପ୍ରଦେଶର ଜବଲପୁରଠାରେ ଅଟକ ରଖାଯାଇଥିବା ସୂଚନା ମିଳିଛି ।


"ଜବଲପୁରଠାରେ ଜଣେ ସେନା ଅଧିକାରୀ(Lt Colonel rank)ଙ୍କୁ ହନିଟ୍ରାପରେ ଫସିବା ଅଭିଯୋଗରେ ଅଟକ ରଖାଯାଇଛି । ଏବେ ସେ ଜବଲପୁର ସେନା ଓ୍ୱାର୍କସପ କାର୍ଯ୍ୟାଳୟଠାରେ କାର୍ଯ୍ୟରତ । ତାଙ୍କୁ ଆର୍ମି ଇଣ୍ଟେଲିଜେନ୍ସ ଓ୍ୱିଙ୍ଗ ଦ୍ୱାରା ଅଟକ ରଖାଯିବା ସହିତ ତାଙ୍କ ଅଫିସ ଚଢଉ ହୋଇଛି" ବୋଲି ଏକ ସୂତ୍ରରୁ ସୂଚନା ମିଳିଛି ।

ତେବେ ଏହି ଅଫିସରଙ୍କ ସନ୍ଦେହଜନକ କାର୍ଯ୍ୟକଳାପ ପାଇଁ ତାଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି । ନିକଟରେ ତାଙ୍କ ବ୍ୟାଙ୍କ ଖାତାରେ ମୋଟା ଅଙ୍କର ଟଙ୍କା ଜମା ହେବା ପରେ ସେ ସ୍କାନରକୁ ଆସିଥିଲେ । ଟଙ୍କା ବଦଳରେ ସେ ପ୍ରତିରକ୍ଷା ତଥ୍ୟ ଲିକ କରିଥାଇପାନ୍ତି ବୋଲି ସନ୍ଦେହ କରାଯାଉଛି ।

ପ୍ରକାଶ ଯେ, ଗତ ସପ୍ତାହରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ପାଇଁ ଗୁପ୍ତଚର କାର୍ଯ୍ୟ କରିବା ଏବଂ ଭାରତୀୟ ସେନାର ଗୁପ୍ତ ତଥ୍ୟ ପ୍ରଘଟ କରିଥିବା ଅଭିଯୋଗରେ ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପଟେନ ଅରୁଣ ମାରଓ୍ଵାହଙ୍କୁ ଗିରଫ କରାଯାଇଥିଲା । ପାକିସ୍ତାନ ହନିଟ୍ରାପରେ ଏହି ଅଧିକାରୀଙ୍କୁ ଫସାଇ ଅନେକ ଗୋପନୀୟ ତଥ୍ୟ ହାସଲ କରିନେଇଥିବା ଜଣାପଡିଥିଲା ।




CLOSE COMMENT

ADD COMMENT

To read stories offline: Download Eenaduindia app.

SECTIONS:

  होम

  राज्य

  देश

  दुनिया

  कारोबार

  क्राइम

  खेल

  मनोरंजन

  इंद्रधनुष

  सहेली

  गैलरी

  टूरिज़्म

  MAJOR CITIES