• A
  • A
  • A
୬୦୦ କିଲୋମିଟର ପରେ ମିଳିଲେ ସ୍ତ୍ରୀ !

ରାଞ୍ଚି: କୁଆଡେ ଗଲା ହୃଦୟମଣି, କେମିତି ଅଛି ସହଧର୍ମିଣୀ । ଏହି ଚିନ୍ତା ତାଙ୍କୁ ଶୁଆଇ ଦେଲାନି । ଆଉ ସ୍ତ୍ରୀକୁ ଖୋଜିବାକୁ ସାଇକେଲରେ ୬୦୦ କିଲୋମିଟର ବୁଲିଲେ । ଆଉ ତା'ପରେ ମିଳିଲେ ପତ୍ନୀ ।

ପ୍ରତୀକାତ୍ମକ ଫଟୋ


ଓଡିଶାରେ କାମ କରୁଥିବା ଝାଡଖଣ୍ଡର ମନୋହର ନାୟକଙ୍କ ପତ୍ନୀ ନିଜ ବାପଘରକୁ ଯାଇଥିବାବେଳେ ନିଖୋଜ ହୋଇଗଲେ । ଆଉ ଏହାପରେ ମନୋହର ପୋଲିସରେ ଏତଲା ଦେଇଥିଲେ । କିନ୍ତୁ ପୋଲିସ ଖୋଜିବାରେ ବିଳମ୍ବ କଲା । ଆଉ ବୁଝିନଥିଲା ମନୋହରଙ୍କ ମନ ।


ନିଜ ପତ୍ନୀକୁ ଖୋଜିବାକୁ ଆରମ୍ଭ କଲେ ଅଭିଯାନ । ନିଜ ପୁରୁଣା ସାଇକେଲ, ଆଉ ମନରେ ଅସରନ୍ତି ଆତ୍ମବିଶ୍ୱାସ ନେଇ ଗାଁରୁ ଗାଁ ସାଇକେଲରେ ପେଡାଲ ମାରି ୨୪ ଦିନରେ ୬୦୦ କିଲୋମିଟର ମାଡିଗଲେ ।

ମନୋହରଙ୍କ ମନରେ ଥିଲା ଗୋଟିଏ ସଂକଳ୍ପ ଯେତେ ଦିନ ଲାଗୁ ପଛେ ଆଉ ଯୁଆଡେ ଯିବାକୁ ପଡୁ ପଛେ ସ୍ତ୍ରୀକୁ ଫେରାଇ ଆଣିବେ । ଶେଷରେ ନିଜ ପତ୍ନୀଙ୍କ ଫଟୋ ସ୍ଥାନୀୟ ଖବରକାଗଜରେ ଛପାଇଲେ ଆଉ କୋଲକାତାରେ ଅଛନ୍ତି ବୋଲି ଜାଣିବାକୁ ପାଇଲେ । ଆଉ ଏହାପରେ ପତ୍ନୀକୁ ଆଣିବାକୁ କୋଲକାତା ଗଲେ ଆଉ ପତ୍ନୀ ଅନିତାକୁ ନେଇ ଘରକୁ ଫେରିଲେ ।



CLOSE COMMENT

ADD COMMENT

To read stories offline: Download Eenaduindia app.

SECTIONS:

  होम

  राज्य

  देश

  दुनिया

  क्राइम

  खेल

  मनोरंजन

  इंद्रधनुष

  सहेली

  गैलरी

  टूरिज़्म

  MAJOR CITIES