• A
  • A
  • A
ଧାୱନଙ୍କୁ ଗୁଡବାଏ କହି ଫସିଗଲେ କାଗିସୋ, ଗଣିବେ ଫାଇନ

ନୂଆଦିଲ୍ଲୀ: ମଙ୍ଗଳବାର ପୋର୍ଟ ଏଲିଜାବେଥ ଷ୍ଟାଡିୟମରେ ଖେଳାଯାଇଥିଲା ଭାରତ ଓ ଦକ୍ଷିଣ ଆଫ୍ରିକା ୫ମ ଦିନିକିଆ ମ୍ୟାଚ । ଦୀର୍ଘ ୨୫ ବର୍ଷ ପରେ ଏହି ମ୍ୟାଚ ଭାରତ କବଜା କରିଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ ଇଣ୍ଡିଆ ଖେଳିଥିବା ମ୍ୟାଚରେ ବିଜୟ ହେବା ସହ ସିରିଜ ମଧ୍ୟ କବଜା କରିନେଇଛି । ମ୍ୟାଚ ହାରିବା ସହ ଦକ୍ଷିଣ ଆଫ୍ରିକାର ବୋଲର କାଗିସୋଙ୍କୁ ଲାଗିଛି ଆଇସିସିର ଜୋରଦାର ଝଟକା ।

ଫଟୋ ସୌଜନ୍ୟ- ଇନାଡୁ ଇଣ୍ଡିଆ

ସୂଚନା ଅନୁସାରେ, ଖେଳ ଚାଲିଥିବାବେଳେ ଆଉଟ ହୋଇଥିଲେ ଶିଖର ଧାୱନ । ଆଉ ଧାୱନଙ୍କୁ ପାଭିଲିୟନ ଫେରିଯିବାକୁ ଇସାରା କରିଥିବାରୁ କାଗିସୋଙ୍କୁ ଏହି ଜୋରିମାନା ଲାଗିଥିବା ସୂଚନା ମିଳିଛି । ଏହି ଜୋରିମାନା ଆଇସିସି ଲଗାଇଛି । ଆଇସିସିର ଧାରା ୨.୧.୭ ଅନୁସାରେ ଏହି ଜୋରିମାନା ଲାଗୁ କରାଯାଇଛି । ଫିଲ୍ଡ ଅମ୍ପାୟାର ଓ ଫୋର୍ଥ ଅମ୍ପାୟାର ଏହି ଅଭିଯୋଗ କରିଥିଲେ ଯାହାଦ୍ୱାରା ତାଙ୍କୁ ଦଣ୍ଡିତ କରାଯାଇଛି ।


ଆଇସିସିର ନିୟମ ଉଲ୍ଲଙ୍ଘନ କରିଥିବାରୁ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଏହି ଖେଳାଳୀ । ଅନ୍ୟପକ୍ଷରେ କାଗିସୋଙ୍କୁ ନେଗେଟିଭ ପଏଣ୍ଟ ମଧ୍ୟ ମିଳିଛି । ଏହାକୁ ମିଶାଇ କାଗିସୋଙ୍କର ୫ଟି ନେଗେଟିଭ ପଏଣ୍ଟ ହୋଇଯାଇଛି । ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ମ୍ୟାଚରେ ୩ ଓ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ନିୟମ ଉଲ୍ଲଙ୍ଘନ କରିଥିବାରୁ ଗୋଟିଏ ନେଗେଟିଭ ପଏଣ୍ଟ ମିଳିଥିଲା ।

ତେବେ ଏହି ନେଗେଟିଭ ପଏଣ୍ଟକୁ ନେଇ ଏବେ ଟେନସନରେ ସାଉଥ ଖେଳାଳୀ । ଏହାପରେ ଯଦି ୩ଟି ନେଗେଟିଭ ପଏଣ୍ଟ ଯୋଡି ହୁଏ ତେବେ ତାଙ୍କୁ ଟିମରୁ ସସପେଣ୍ଡ କରାଯିବ ବୋଲି ସୂଚନା ମିଳିଛି ।



CLOSE COMMENT

ADD COMMENT

To read stories offline: Download Eenaduindia app.

SECTIONS:

  होम

  राज्य

  देश

  दुनिया

  क्राइम

  खेल

  मनोरंजन

  इंद्रधनुष

  सहेली

  गैलरी

  टूरिज़्म

  MAJOR CITIES