• A
  • A
  • A
କାଲିର ଉପବାସ ପରେ ଆଜି ଗ୍ରହଣ କରନ୍ତୁ ଏହି ଖାଦ୍ୟ

ଗତକାଲି ପାଳନ ହୋଇଛି ଭଗବାନ ଶିବଙ୍କ ମହାଶିବରାତ୍ରୀ । ଏହିଦିନ ଅନେକ ଲୋକ ଉପବାସ ରହିଥାନ୍ତି । ତେବେ ପୁରାଦିନ ଉପବାସ ରହିବା ପରେ ହଠାତ୍ କିଛି ଖାଇଲେ ଏହା ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇପାରେ । ତେବେ ଉପବାସ ପରେ କଣ ଖାଇବେ । ପଢନ୍ତୁ...

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ୱିଟର


ପୁରାଦିନ ଉପବାସ କରିବା ପରେ ଦେହରେ ଜଳୀୟଅଂଶ କମିଯାଇଥାଏ । ଏହି କମିକୁ ପୂରଣ କରିବା ପାଇଁ ଆମେ ସବୁଜ ପନିପରିବାର ସାହାଯ୍ୟ ନେଇପାରିବା । ଯେମିତି ଜହ୍ନି, ଗାଜର, ମୂଳା, ଲାଉ ଓ ବ୍ରୋକଲି ଆଦି ଖାଇବା ଦ୍ୱାରା ଆମ ଶରୀରକୁ ପ୍ରୋଟିନ୍ ମିଳିଥାଏ ।


ପନିପରିବାକୁ ବାଦ୍ ଦେଲେ ଆପଣ ଅନେକ ଫଳ ଖାଇପାରିବେ । ଯାହା ଶରୀରକୁ ପ୍ରୋଟିନ୍ ଓ ଶକ୍ତି ଯୋଗାଇବା ସହ ହଜନ ପ୍ରକ୍ରିୟାକୁ ତ୍ୱରାନିତ କରିଥାଏ । ଯେମିତି ସେଓ, ଅଙ୍ଗୁର, ତରଭୁଜ, ଡାଳିମ୍ୱ ଭଳି ଫଳ କିମ୍ୱା ଏହାର ଜୁସ୍ ଆପଣ ପିଇପାରିବେ ।

ଉପବାସ ପରେ କେବେ ଭୁଲରେ ମଧ୍ୟ ତେଲଜାତୀୟ ଏବଂ ଭାରି ଖାଦ୍ୟ ଖାଅନ୍ତୁ ନାହିଁ । ଏହା ଆପଣଙ୍କ ହଜମ ଶକ୍ତିକୁ ଗଭୀର ଭାବେ ପ୍ରଭାବିତ କରାଇଥାଏ । ଆପଣ ଗଜାମୁଗ, ବୁଟ, ବାଦାମ, ପେସ୍ତା ବାଦାମ, ସୋୟାବିନ୍ ଆଦି ଖାଇପାରିବେ ।

ଏହା ବ୍ୟତୀତ ଆପଣ ବିଭିନ୍ନ କ୍ଷୀର ଜାତୀୟ ସାମଗ୍ରୀ ମଧ୍ୟ ଗ୍ରହଣ କରିପାରିବେ । ତେବେ ଧ୍ୟାନ ଦିଅନ୍ତୁ ଏହା ଯେମିତି ବେଶି ଭାରି ହୋଇନଥିବ ।

CLOSE COMMENT

ADD COMMENT

To read stories offline: Download Eenaduindia app.

SECTIONS:

  होम

  राज्य

  देश

  दुनिया

  क्राइम

  खेल

  मनोरंजन

  इंद्रधनुष

  सहेली

  गैलरी

  टूरिज़्म

  اردو خبریں

  ଓଡିଆ ନ୍ୟୁଜ

  ગુજરાતી ન્યૂઝ

  MAJOR CITIES