• A
  • A
  • A
ଗେଲ ଓ ସେୱାଗ ଭଳି କ୍ରିକେଟରଙ୍କୁ ପଛରେ ପକାଇଲେ ଏହି ମହିଳା ଖେଳାଳୀ

କେପଟାଉନ: କ୍ରିକେଟ ଦୁନିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଭାବେ ପରିଚିତ ସେୱାଗ, ଗେଲ, ମ୍ୟାକକଲମ ଓ ଗିଲଖ୍ରୀଷ୍ଟଙ୍କ ଭଳି ପୁରୁଷ କ୍ରିକେଟରଙ୍କୁ ପଛରେ ପକାଇଛନ୍ତି ଜଣେ ମହିଳା ଖେଳାଳୀ । ଦକ୍ଷିଣ ଆଫ୍ରିକାର କ୍ଲୋୟେ ଟ୍ରାୟନ ଧମାକାଦାର ରେକର୍ଡ କରିଛନ୍ତି ଯାହା ଖେଳ ଦୁନିଆରେ ଉଭୟ ପୁରୁଷ ଓ ମହିଳା କ୍ରିକେଟରଙ୍କ ପାଇଁ ଏକ ଉଦାହରଣ । ଟ୍ୱେଣ୍ଟି୨୦ ମ୍ୟାଚରେ ୭ଟି ବଲରେ ୩୨ ରନ କରି ଏବେ ଚର୍ଚ୍ଚାରେ ଟ୍ରାୟନ ।

ଫଟୋ ସୌଜନ୍ୟ- ଇନାଡୁ ଇଣ୍ଡିଆ

ଭାରତ ଓ ଦକ୍ଷିଣ ଆଫ୍ରିକା ମହିଳା ପ୍ରଥମ ଟ୍ୱେଣ୍ଟି୨୦ ମ୍ୟାଚରେ ଏହି ରେକର୍ଡ କରିଛନ୍ତି ଟ୍ରାୟନ । ୪୫୭.୧୪ ଷ୍ଟ୍ରାଇକ ରେଟ ସହ କ୍ରିକେଟ ଇତିହାସରେ ନୂଆ ଫର୍ଦ୍ଦ ଯୋଡିଛନ୍ତି ଏହି ଅଲରାଉଣ୍ଡର ଖେଳାଳୀ । ସୂଚନା ଅନୁସାରେ, ମହିଳା କ୍ରିକେଟର କ୍ଲୋୟେ ଟ୍ରାୟନ ସଭିଁଙ୍କୁ ପଛରେ ପକାଇଛନ୍ତି । ଏହି ଷ୍ଟ୍ରାଇକ ରେଟ ବିଶ୍ୱର କୌଣସି ବ୍ୟାଟ୍ସମ୍ୟାନ ଓ ବ୍ୟାଟ୍ସଓମେନ ଟ୍ୱେଣ୍ଟି୨୦ କ୍ରିକେଟରେ ହାସଲ କରିନାହାନ୍ତି ।


ତାଙ୍କ ପରେ ନ୍ୟୁଜିଲାଣ୍ଡ ଖେଳାଳୀ ସୋଫି ଡେଭିନ ୩୧୮.୧୮ ଷ୍ଟ୍ରାଇକ ରେଟରେ ୨୨ଟି ବଲରୁ ୭୦ ରନ କରିଥିବାବେଳେ ତୃତୀୟରେ ୨୯୧.୬୬ ଷ୍ଟ୍ରାଇକ ରେଟ ସହ ସେ ନିଜେ ଅଛନ୍ତି । ୪ର୍ଥରେ ଅଷ୍ଟ୍ରେଲିଆ ଖେଳାଳୀ ଆଲ୍ୟାସା ହେଲି ୨୭୩.୩୩ ଷ୍ଟ୍ରାଇକ ରେଟର ରେକର୍ଡ କରିଛନ୍ତି ।

କେବଳ ମହିଳା ବିଭାଗରେ ନୁହେଁ ପୁରୁଷ ଖେଳାଳୀଙ୍କୁ ବି ପଛରେ ପକାଇଛନ୍ତି ଟ୍ରାୟନ । ପୂର୍ବରୁ ଟ୍ୱେଣ୍ଟି୨୦ କ୍ରିକେଟରେ ପୁରୁଷଙ୍କ କ୍ଷେତ୍ରରେ ୱେଷ୍ଟଇଣ୍ଡିଜ ଖେଳାଳୀ ଡ୍ୱେନ ସ୍ମିଥ ୪୧୪.୨୮ ଷ୍ଟ୍ରାଇକ ରେଟରେ ରନ ସଂଗ୍ରହ କରିଥିଲେ । ତେବେ ତାଙ୍କର ଏହି ଉଦ୍ୟମ ବେକାର ଯାଇଥିଲା । କାରଣ ଭାରତୀୟ ମହିଳା ଦଳ ଏହି ମ୍ୟାଚ ଜିତି ନେଇଥିଲା ।



CLOSE COMMENT

ADD COMMENT

To read stories offline: Download Eenaduindia app.

SECTIONS:

  होम

  राज्य

  देश

  दुनिया

  क्राइम

  खेल

  मनोरंजन

  इंद्रधनुष

  सहेली

  गैलरी

  टूरिज़्म

  MAJOR CITIES