• A
  • A
  • A
ପିଏନବି ଠକେଇ: ନିରବ ମୋଦିଙ୍କ ପରେ ଏବେ ସ୍କାନରରେ ଆଉ ୩ ବଡ ଜୁଏଲର୍ସ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ୧୧,୫୦୦ କୋଟି ଟଙ୍କା ଆର୍ଥିକ ହେରଫେର ପ୍ରସଙ୍ଗ ପରେ ପୁଣି ଏକ ବଡ ଖୁଲାସା ହୋଇଛି। ଦେଶର ପ୍ରମୁଖ ଜୁଏଲର୍ସ ତଥା ଗୀତାଞ୍ଜଳି, ଗିନ୍ନି ଏବଂ ନକ୍ଷ୍ୟତ୍ର ମଧ୍ୟ ଏବେ ବିଭିନ୍ନ ଯାଞ୍ଚ ଏଜେନ୍ସିର ସ୍କାନର ମଧ୍ୟକୁ ଆସିଛନ୍ତି। ପ୍ରକାଶ ଯେ ପୂର୍ବରୁ ଡାଇମଣ୍ଡ ଗ୍ରୁପର ପ୍ରତିଷ୍ଠାତା ନିରବ ମୋଦି ମଧ୍ୟ ତଦନ୍ତ ପରିସର ଭୁକ୍ତ ହୋଇସାରିଛନ୍ତି।

ଫଟୋ ସୌଜନ୍ୟ- ଏଏନ୍ଆଇ


ଆଜି ଦେଶର ଦ୍ୱିତୀୟ ବୃହତ ରାଷ୍ଟାୟତ୍ତ ବ୍ୟାଙ୍କ ଘୋଷଣା କରିଥିଲା କି ବ୍ୟାଙ୍କରେ ବଡ ଧରଣରେ ଠକେଇ ହୋଇଛି। ଏହି ଠକେଇରେ ପାଖାପଖି ୧୧,୫୦୦ କୋଟି ପରିମାଣର ଆର୍ଥିକ ଜାଲିଆତି ହୋଇଛି। ଅସାଧୁ ଉପାୟରେ ବିଭିନ୍ନ ଟ୍ରାଞ୍ଜାକସନ ହୋଇ ଏହି ଠକାମି ହୋଇଛି। ଏପରିକି ଏହାର ତଦନ୍ତ ପାଇଁ ମଧ୍ୟ ଯାଞ୍ଚ ଏଜେନ୍ସିକୁ ଜଣାଇ ଦିଆଯାଇଛି।


"ଦେଶର ୪ଟି ବୃହତ୍ତମ ଜୁଏଲର୍ସ-ଗୀତାଞ୍ଜଳି, ଗିନ୍ନି, ନକ୍ଷ୍ୟତ୍ର ଏବଂ ନିରବ ମୋଦି ଏବେ ତଦନ୍ତ ପରିସରଭୁକ୍ତ। ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଏହି ସମସ୍ତ ପ୍ରତିଷ୍ଠାନର ଟଙ୍କା କାରବାର ଓ ବ୍ୟାଙ୍କ ଆକାଉଣ୍ଟ ବ୍ୟବସାୟ ଉପରେ ଖୋଳତାଡ ଆରମ୍ଭ କରିଛନ୍ତି" ବୋଲି ଭାରତର ସାର୍ବଜନୀନ କ୍ଷେତ୍ରର ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି।

ତେବେ ସେ ଏହା ମଧ୍ୟ କହିଛନ୍ତି ଯେ କେନ୍ଦ୍ର ସରାକରଙ୍କର କଡା ନିର୍ଦ୍ଦେଶ ରହିଛି କି ଆର୍ଥିକ କାରବାରକୁ ନେଇ କୌଣସି ବ୍ୟକ୍ତି କିମ୍ବା ପ୍ରତିଷ୍ଠାନ ସନ୍ଦେହ ଘେରକୁ ଆସିଲେ ତଦନ୍ତ ପରିସରଭୁକ୍ତ ହେବେ ଏବଂ ଏହି କାରବାର ଆସାଧୁ ଉପାୟ ଅବଲମ୍ବନ ହୋଇଥିଲେ ଦଣ୍ଡିତ ଦେବେ। ଏପରିକି ଏହି ସମୟରେ ମଧ୍ୟ ଯେପରି ଜଣେ ସାଧାରଣ ବ୍ୟକ୍ତିଟିଏ ସ୍ୱଚ୍ଛ ଆର୍ଥିକ କାରବାରକୁ ନେଇ ଅସୁବିଧାର ସମ୍ମୁଖୀନ ନହୁଏ।



CLOSE COMMENT

ADD COMMENT

To read stories offline: Download Eenaduindia app.

SECTIONS:

  होम

  राज्य

  देश

  दुनिया

  क्राइम

  खेल

  मनोरंजन

  इंद्रधनुष

  सहेली

  गैलरी

  टूरिज़्म

  اردو خبریں

  ଓଡିଆ ନ୍ୟୁଜ

  ગુજરાતી ન્યૂઝ

  MAJOR CITIES