• A
  • A
  • A
ଭୋଳାବାବାଙ୍କୁ ପ୍ରସନ୍ନ କରିବାକୁ ଯାଇ ମହିଳା କାଟିଲେ ଜିଭ

କୋରବା: ମହାଶିବରାତ୍ରୀରେ ଭୋଳାନାଥଙ୍କୁ ପ୍ରସନ୍ନ କରିବାକୁ କିଏ ଉପବାସ କରିଛି ତ କିଏ ମାନସିକ ପୂରା ପାଇଁ କରିଛି ଜଳାଭିଷେକ। ମାତ୍ର ଏଭଳି ଅଘଟଣକୁ ନେଇ ଏବେ ଜୋରଦାର ଚର୍ଚ୍ଚା। ଏକ ୨୮ ବର୍ଷୀୟା ବିବାହିତ ମହିଳା ନାମ (ସୀମା ବାଇ ଗଣ୍ଡ) ପ୍ରଭୁ ଶିବଙ୍କ ପାଖରେ ନିଜର ଜିଭ କାଟିଛନ୍ତି।

ଫଟୋ ସୌଜନ୍ୟ- ଇନାଡୁ ଇଣ୍ଡିଆ

ସୂଚନା ଅନୁସାରେ, କୋରବା ଜିଲ୍ଲାରେ ଏଭଳି ଅଘଟଣ ଦେଖିବାକୁ ମିଳିଛି। ଜଣେ ବିବାହିତ ମହିଳା ଭଗବାନଙ୍କୁ ପ୍ରସନ୍ନ କରିବାକୁ ଯାଇ ନିଜର ହିତାହିତ ଜ୍ଞାନ ଭୁଲିଯାଇଛନ୍ତି। ଯାହାଦ୍ୱାରା ନିଜର ଜିଭ କାଟି ଶିବଙ୍କୁ ପ୍ରସନ୍ନ କରିବା ଭୂତ ତାଙ୍କ ମୁଣ୍ଡରେ ଚଢିଥିଲା।


ତେବେ ଗ୍ରାମବାସୀଙ୍କ କହିବା କଥା ବୁଧବାର ସକାଳୁ ତାଙ୍କୁ ମନ୍ଦିରରେ ଥିବା ଲିଙ୍ଗ ଉପରେ ପଡିଥିବାର ଦେଖିଲେ। ଆଉ ଚାରିପଟେ ଖାଲି ରକ୍ତ ହିଁ ଦେଖିବାକୁ ମିଳିଥିଲା। ତେବେ ଗ୍ରାମବାସୀମାନେ ତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ଅନ୍ୟପକ୍ଷରେ ପୋଲିସର କହିବା କଥା ମାନସିକ ପୂରା କରିବାକୁ ଯାଇ ସୀମା ଏଭଳି କାଣ୍ଡ କରିଛନ୍ତି। ସୀମାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ନେଇ ସୂଚନା ରହିଛି।



CLOSE COMMENT

ADD COMMENT

To read stories offline: Download Eenaduindia app.

SECTIONS:

  होम

  राज्य

  देश

  दुनिया

  क्राइम

  खेल

  मनोरंजन

  इंद्रधनुष

  सहेली

  गैलरी

  टूरिज़्म

  اردو خبریں

  ଓଡିଆ ନ୍ୟୁଜ

  ગુજરાતી ન્યૂઝ

  MAJOR CITIES