• A
  • A
  • A
କାର କିଣିବାର ପ୍ଲାନ କରୁଛନ୍ତି ? ଜଲଦି କିଣନ୍ତୁ ଏବେ ଅଫର ଚାଲିଛି

କାର କିଣିବାକୁ ପ୍ଲାନ କରୁଛନ୍ତି କି? ଯଦି କରୁଛନ୍ତି ତେବେ ଏହି କମ୍ପାନୀର କାର ସବୁ କିଣନ୍ତୁ। ଯାହାକି ଆପଣଙ୍କ ପକେଟକୁ କିଛି ମାତ୍ରାରେ ହାଲୁକା କରିପାରେ। କିଛି କାର ଉପରେ ବର୍ତ୍ତମାନ ବଡ ମାତ୍ରାରେ ଡିସକାଉଣ୍ଟ ଦିଆଯାଉଛି। କିଛି କାର ଡିଲରଙ୍କ ପାଖରେ ୨୦୧୭ ମସିହାର କିଛି କାର ବଞ୍ଚିଯାଇଥିବାରୁ ଏହିସବୁ ମଡେଲ ଉପରେ ଭାରିମାତ୍ରାରେ ରିହାତି ଦିଆଯାଉଛି। ଜାଣନ୍ତୁ ଏହି ସବୁ କାର କଣ?

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ/ଟ୍ୱିଟର


ନିଶାନ ମାଇକ୍ରା
ନିଶାନର ଏହି କାର ଉପରେ ୭୫ ହଜାର ଟଙ୍କାର ଡିସକାଉଣ୍ଟ ଅଫର ଚାଲିଛି। ମାଇକ୍ରାରେ ବହୁତ କିଛି ଫିଚର ଥିବାବେଳେ ଏବେ କିଣିବା ଦ୍ୱାରା ଏକ ବର୍ଷର ଇନ୍ସୁରାନ୍ସ ମଧ୍ୟ ମିଳିବ।


ହ୍ୟୁଣ୍ଡାଇ ଏଲଇଟି i20
ଏହି କାର ଉପରେ ୮୫ ହଜାର ଟଙ୍କାର ରିହାତି ମିଳୁଛି। କମ୍ପାନୀର ପୁରୁଣା ଭର୍ସନରେ ଏହି ରିହାତି ମିଳୁଥିବାବେଳେ ବର୍ତ୍ତମାନ ଏହାର ନୂଆ ଭର୍ସନ ମାର୍କେଟକୁ ଆସିବାକୁ ଯାଉଛି।

ହ୍ୟୁଣ୍ଡାଇ ଗ୍ରାଣ୍ଡ i10
ହ୍ୟୁଣ୍ଡାଇର ଏହି ମଡେଲ ଉପରେ ୬୫ ହଜାର ଟଙ୍କାର ରିହାତି ମିଳୁଥିବାବେଳେ ପେଟ୍ରୋଲ ଇରା ଭେରିଏଣ୍ଟରେ ଏହି ରିହାତି ମିଳିବ ନାହିଁ। କାର ଉପରେ ୩୦ ହଜାର ଟଙ୍କାର କ୍ୟାସ ଡିସକାଉଣ୍ଟ ସହ ୨୫ ହଜାର ଟଙ୍କାର ଏକ୍ସଚେଞ୍ଜ ବୋନସ ମଧ୍ୟ ମିଳିବ।

ହୋଣ୍ଡା ଜେଜ
ହୋଣ୍ଡାର ଏହି ମଡେଲରେ ସବୁଠାରୁ ଅଧିକ ସ୍ପେସ ମିଳୁଥିବାବେଳେ ଏଥିରେ ଏବେ ୫୦ ହଜାର ଟଙ୍କାର ରିହାତି ମିଳୁଛି। ମାଗଣା ଇନ୍ସ୍ୟୁରାନ୍ସ ସହ ୩୦ ହଜାର ଟଙ୍କାର ରିହାତି ମିଳୁଛି।

ରେନଲଟ କ୍ୱିଡ
ସେହିପରି ରେନଲଟ କ୍ୱିଡ଼ ଏହାର ପପୁଲାର କାର ଉପରେ ୧୪ ହଜାର ଟଙ୍କାର ଡିସକାଉଣ୍ଟ ଦେବାକୁ ସ୍ଥିର କରିଛି। ତେବେ ୨୦୧୭ ମସିହାରେ ନିର୍ମାଣ ହୋଇଥିବା କାରରେ ଏହି ସୁବିଧା ମିଳିବ।

ମାରୁତି ୱାଗନର
ଦେଶରେ ବହୁ ମାତ୍ରାରେ ବିକ୍ରି ହେଉଥିବା କାର ୱାଗନରରେ ବି ରିହାତି ଦିଆଯାଉଛି। ମାରୁତି ୱାଗନର ଉପରେ ୫୦ ହଜାର ଟଙ୍କାର ରିହାତି ମିଳୁଛି।

ଟାଟା ବୋଲ୍ଟ
ଟାଟା ଏହି କାର ଉପରେ ୩୦ ହଜାର ଟଙ୍କାର କ୍ୟାସ ଡିସକାଉଣ୍ଟ ଦେବାକୁ ସ୍ଥିର କରିଥିବାବେଳେ ୨୦୧୮ ମଡେଲରେ ୨୫ ହଜାର ଟଙ୍କାର ଡିସକାଉଣ୍ଟ ଦେବ।



CLOSE COMMENT

ADD COMMENT

To read stories offline: Download Eenaduindia app.

SECTIONS:

  होम

  राज्य

  देश

  दुनिया

  क्राइम

  खेल

  मनोरंजन

  इंद्रधनुष

  सहेली

  गैलरी

  टूरिज़्म

  اردو خبریں

  ଓଡିଆ ନ୍ୟୁଜ

  ગુજરાતી ન્યૂઝ

  MAJOR CITIES