• A
  • A
  • A
ବିବାହ ପରେ ପର ପୁରୁଷ ପ୍ରତି କାହିଁକି ଆକର୍ଷିତ ହୁଅନ୍ତି ମହିଳା

ବିବାହ ପରେ ସ୍ୱାମୀ ଓ ସ୍ତ୍ରୀର ସମ୍ପର୍କକୁ ଦୃଢ ଓ ମଜବୁତ କରିବା ପାଇଁ ମନରେ ଚାଲିଥାଏ ଅନେକ ଅଙ୍କକଷା । ସ୍ୱାମୀ ସ୍ତ୍ରୀ ପରସ୍ପର ପ୍ରତି ବିଶ୍ୱାସୀ ଓ ସହଭାଗୀତା ଦ୍ୱାରା ହିଁ ବୈବାହିକ ଜୀବନରେ ଆସିଥାଏ ମଧୁରତା ଓ ହୋଇଥାଏ ମହନୀୟତା ।

ପ୍ରତୀକାତ୍ମକ ଫଟୋ


ସବୁଠୁ ବଡ କଥା ହେଲା ବୈବାହିକ ଜୀବନରେ ସ୍ୱାମୀ ଓ ସ୍ତ୍ରୀଙ୍କ ସେକ୍ସ ଜୀବନ । ଯାହା ଖୁବ୍ ମହତ୍ୱ ରଖେ ସମ୍ପର୍କରେ । ଯଦି କୈାଣସି କାରଣରୁ ସେକ୍ସ ଲାଇଫ୍ ପ୍ରଭାବିତ ହୁଏ ,ତେବେ ଏହାର ସିଧା ପ୍ରଭାବ ପଡିଥାଏ ରିଲେସନସିପ୍ ଉପରେ ।


ସେକ୍ସ ସମ୍ପର୍କକୁ ନେଇ ସାରା ବିଶ୍ୱରେ ଅନେକ ମତ ଓ ମନ୍ତବ୍ୟ । ଏକ ୱେବସାଇଟ୍ ଏହାକୁ ରିଲେସନସିପ୍ ସହ ଯୋଡି ଏକ ଅନୁଧ୍ୟାନ କରିଥିଲେ । ଏଥିରେ ସାରା ବିଶ୍ୱର ଲୋକେ ଅଂଶ ଗ୍ରହଣ କରିଥିଲେ । ଏଥିରୁ ଜଣା ପଡିଥିଲା ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ସେକ୍ସ ଲାଇଫରେ ବ୍ୟତିକ୍ରମ ଯୋଗୁଁ ସମ୍ପର୍କରେ ମଧୁରତା କମିଯାଉଛି । ପୂର୍ବର ସମ୍ପର୍କ ଧିରେଧିରେ ପ୍ରତାରଣାରେ ପରିଣତ ହେଉଛି ।

ଏଥିରେ ଶତକଡା ୬୦ ପୁରୁଷ ଓ ଶତକଡା ୪୫ ମହିଳା ନିଜର ମତ ଦେଇ କହିଥିଲେ ବିବାହ ପରେ ସେମାନେ ନିଜ ପାର୍ଟନରକୁ ଛାଡିବାକୁ ବାଧ୍ୟ ହୋଇଛନ୍ତି । ଯାହା ସେମାନେ ନିଜ ସାଥୀ ଠାରୁ ପାଇବାକୁ ଇଚ୍ଛା କରିଥାନ୍ତି ତାହା ପାଇନାହାଁନ୍ତି । ଜଣେ ବ୍ୟକ୍ତି ଲେଖି ଜଣାଇଥିଲେ ସେ ନିଜ ସ୍ତ୍ରୀ ସହ ରୁମମେଟ ଭଳି ରହୁଛନ୍ତି । ସେମାନଙ୍କ ଭିତରେ ପ୍ରେମ ସମ୍ପର୍କ ହଜିଯାଇଛି ।

ୱେବସାଇଟର ଅନୁଧ୍ୟାନରେ ଅଂଶ ଗ୍ରହଣ କରିଥିବା ଲୋକଙ୍କ ମତ ଥିଲା ସେକ୍ସ ପ୍ରେମର ଏକ ଅଂଶ । ଯେତେବେଳେ ନିଜ ସାଥି ଠାରୁ ଏହା ଠିକରେ ପାଇନଥାଏ । ସେତେବେଳେ ଅନ୍ୟଆଡୁ ଏହାର ବିକଳ୍ପ ଖୋଜିଥାଏ ମଣିଷ ।




CLOSE COMMENT

ADD COMMENT

To read stories offline: Download Eenaduindia app.

SECTIONS:

  होम

  राज्य

  देश

  दुनिया

  क्राइम

  खेल

  मनोरंजन

  इंद्रधनुष

  सहेली

  गैलरी

  टूरिज़्म

  اردو خبریں

  ଓଡିଆ ନ୍ୟୁଜ

  ગુજરાતી ન્યૂઝ

  MAJOR CITIES