• A
  • A
  • A
ମୁଣ୍ଡ ପାଇଁ ୧୫ ଲକ୍ଷ ଟଙ୍କାର ପୁରସ୍କାର ଥିବା ମୋଷ୍ଟ ଓ୍ଵାଣ୍ଟେଡ ଆତଙ୍କୀ ଦିଲ୍ଲୀରୁ ଗିରଫ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରୁ ମିଳିଲା ବଡ ଖବର। ୧୦ ବର୍ଷର ଲୁଚକାଳି ଖେଳରେ ପଡିଲା ଯବନିକା। ଇଣ୍ଡିଆନ ମୁଜାହିଦ୍ଦୀନର ମୋଷ୍ଟ ଓ୍ୱାଣ୍ଟେଡ ଆତଙ୍କୀ ହେଲା କାବୁ। ଦିଲ୍ଲୀ ପୋଲିସ ଆଜି ମୋଷ୍ଟ ଓ୍ୱାଣ୍ଟେଡ ସନ୍ଦିଗ୍ଧ ଆତଙ୍କୀ ଜୁନୈଦକୁ ଗିରଫ କରିଛି।

ଫଟୋ ସୌଜନ୍ୟ : ANI


ଏହି ଆତଙ୍କୀର ମୁଣ୍ଡ ପାଇଁ ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା। ପ୍ରକାଶ ଯେ ବାଟଲା ହାଉସ ଏନକାଉଣ୍ଟର ପରଠାରୁ ଅଭିଯୁକ୍ତ ଫେରାର ଥିଲା। ଦିଲ୍ଲୀ ପୋଲିସର ଏକ ସ୍ପେଶାଲ ସେଲ ଏହି ଅଭିଯୁକ୍ତକୁ ଗିରଫ କରିଛି।


ଆରିଜ ଖାନ ଓରଫ ଜୁନୈଦ ବାଟଲା ହାଉସ ଏନକାଉଣ୍ଟର ପରେ ନେପାଳ ଚାଲିଯାଇଥିଲା। ଏହାସହିତ ସେ ମଧ୍ୟ ବୋମା ବିସ୍ଫୋରଣକୁ ନେଇ ୫ଟି ଭିନ୍ନ ଭିନ୍ନ ମାମଲାରେ ପୋଲିସର ନିଦ ହଜାଇ ଦେଇଥିଲା। ଜୁନୈଦକୁ ୪ ଦିନ ତଳୁ ଗିରଫ କରାଯାଇଛି ଏବଂ ଏବେ ତାକୁ ପଚରାଉଚରା ଜାରି ରହିଛି। ତେବେ ପରବର୍ତ୍ତୀ ଅବସ୍ଥାରେ ତାକୁ କୋର୍ଟରେ ହାଜର କରାଯିବ।

ପ୍ରକାଶ ଯେ ୨୦୦୮ରେ ଦିଲ୍ଲୀ ସିରିଏଲ ବ୍ଲାଷ୍ଟ ସମେତ ବମ୍ବେ, ଅହମ୍ମଦାବାଦ ଏବଂ ବେଙ୍ଗାଲୁରୁ ବ୍ଲାଷ୍ଟର ଅନେକ ଘଟଣାରେ ମଧ୍ୟ ଓ୍ଵାଣ୍ଟେଡ ଥିଲା। ଇଣ୍ଡିଆନ ମୁଜାହିଦ୍ଦୀନର ଦିଲ୍ଲୀ, ୟୁପି, ଅହମ୍ମଦାବାଦ ସମେତ ୫ଟି ଜାଗାରେ ଲାଗ ଲାଗ ବିସ୍ଫୋରଣ ପରେ ବାଟଲା ହାଉସ କୋର୍ଡ ନେମରେ ଅପରେସନ ପୋଲିସ ଆରମ୍ଭ କରିଥିଲା।

CLOSE COMMENT

ADD COMMENT

To read stories offline: Download Eenaduindia app.

SECTIONS:

  होम

  राज्य

  देश

  दुनिया

  क्राइम

  खेल

  मनोरंजन

  इंद्रधनुष

  सहेली

  गैलरी

  टूरिज़्म

  اردو خبریں

  ଓଡିଆ ନ୍ୟୁଜ

  ગુજરાતી ન્યૂઝ

  MAJOR CITIES